ଦେଶ ବିଦେଶ

ଦୁବାଇରେ ଫସିରହିଛନ୍ତି ୪୦ ଜଣ ଓଡିଆ ଶ୍ରମିକ

Published

on

ଭୁବନେଶ୍ୱର ୧୨/୩ : ଦୁବାଇରେ ଫସିରହିଛନ୍ତି ୪୦ ଜଣ ଓଡିଆ ଶ୍ରମିକ । ରୋଜଗାର ଆଶାରେ ବିଦେଶ ଯାଇଥିବା ଗଞ୍ଜାମ ଖଲ୍ଲିକୋଟ ଅଚଂଳର ଶ୍ରମିକମାନଙ୍କୁ କାମ ନଦେଇ ନିର‌୍ୟାତନା ଦେଉଛି ଠିକାଦାର । ଭାରତ ଫେରାଇ ଆଣିବା ପାଇଁ ନିବେଦନ କରି ଭିଡିଓ ଭାଇରାଲ କଲେ ଫସିଥିବା ଶ୍ରମିକ । ଖବର ପାଇ ସହୟାତା ପାଇଁ ହାତ ବଢାଇଛି ୟୁଏଇରେ ଥିବା ଓଡିଆ ସମାଜ ।
ଦୁବାଇରୁ ଆସିଥିବା ଏହି ଚିତ୍ର ପଛ କାହାଣୀ ଶୁଶିଲେ ଆପଣଙ୍କ ହୃଦୟ ବି ତରଳିଯିବ । ଏମାନେ ହେଉଛନ୍ତି ଗଞ୍ଜାମର ଖଲ୍ଲିକୋଟରୁ ଦୁବାଇ ଯାଉଥିବା ଶ୍ରମିକ । ନିଜ ମୋବାଇଲରେ ନିଜେ ରହୁଥିବା ଘରର ଫଟୋ ପଠାଇ ନିଜ ଦୁଃଖ କଥା କହିଛନ୍ତି । ଦଲାଲ ଭଲ କାମ ମିଳିବ କହି ସେମାନଙ୍କୁ ଦୁବାଇ ଆଣିଥିଲା । କହିଥିଲା ଭଲ କାମ ମିଳିବ, ଭଲ ଟଙ୍କା ମିଳିବ, ସବୁ ଦୁଃଖ ଦୂର ହେଇଯିବ । ଟଙ୍କା ପଇସାର ଅଭାବ ସବୁଦିନ ପାଇଁ ଦୂା ହୋଇଯିବ । ଦଲାଲ ଦେଖାଇଥିବା ଏହି ସ୍ୱପ୍ନ ସେମାନଙ୍କ ମନରେ ନୂଆ ଆଶା ଭରି ଦେଇଥିଲା । ଆଉ ଦଲାଲଙ୍କ ସର୍ତ ଥଲା ୮୦ ହଜାର ଟଙ୍କା ଦେଲେ ନିଯୁକ୍ତି ସହ ଦୁବାଇ ପର‌୍ୟ୍ୟନ୍ତ ସବୁ ବ୍ୟବସ୍ଥା କରାଯିବ । ଟଙ୍କର ସୁଧରେ ଆଣି, ଏହି ଶ୍ରମିକ ମାନେ ନିଯୁକ୍ତି ପତ୍ର ବି ପାଇଲେ । କିନ୍ତୁ ଦୁବାଇ ପହଞ୍ଚିବା ପରେ ଯାହେ ହେଲା ସେମାନେ କେବେ ଚିନ୍ତା ବି କରି ନ ଥିଲେ ।
ଏମାନେ ଖଲ୍ଲିକୋଟର ତୋଟା ଗାଁ, କହ୍ନେଇପୁର, କଇରାଶି ଓ ଶ୍ୟାମସୁନ୍ଦରପୁର ଗାଁର ଲୋକ । ସେମାନଙ୍କ କହିବାନୁସାରେ , ବାଲୁଗାଁର ଆକାଶ ନାମକ ଜଣେ ଦଲାଲ, ଦୁବାଇ ଯିବା ପାଇଁ ପ୍ରଲୋଭନ ଦେଖାଉଥିଲା । ଆଉ ତା’କଥାରେ ଏମାନେ ବିଶ୍ୱାସ କରି ଏବେ ଫସି ଯାଇଛନ୍ତି । ତିନି ମାସ ତଳେ ୪୦ ଜଣ ଶ୍ରମିକ ଦୁବାଇ ଯାଇ ଏଭଳି ଅବସ୍ଥା ଭୋଗିବା ପରେ, ଦୁବାଇରେ ଥିବା ଓଡିଆ ସମାଜ ଏ ଘଟଣା ବିଷୟରେ କବର ପାଇଥିଲା । ଏହି ଘଟଣା ନେଇ ଭାରତୀୟ ଦୂତାବାସକୁ ମଧ୍ୟ ସେମାନେ ଯୋଗାଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version