ଦେଶ ବିଦେଶ

ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ଯବାନଙ୍କ ମତଦାନ

Published

on

ନୂଆଦିଲ୍ଲୀ ୧୧/୪ : ୨୦୧୯ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର‌୍ୟ୍ୟାୟ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ଏହି କ୍ରମରେ ଦେଶର ଚୀନ୍ ଓ ମିଆଁମାର ସୀମାନ୍ତର ଦୁର୍ଗମ ଅଞ୍ଚଳରେ ମୁତୟନ ଥିବା ଭାରତୀୟ ସେନା ବାହିନୀର ଯବାନମାନେ ସେମାନଙ୍କର ମତଦାନ ଅଧିକାର ମତଦାନର ଦିନକ ପୂର୍ବରୁ ଗତକାଲି (ବୁଧବାର) ଠାରୁ ସାବ୍ୟସ୍ତ କରିଥିବା ଜାଣିବାକୁ ମିଳିଛି। ଦେଶର ପୂର୍ବାଞ୍ଚଳ ଅରୁଣାଚଳ ପ୍ରଦେଶ, ଆସାମ, ନାଗାଲାଣ୍ଡ, ମଣିପୁର, ମିଜୋରାମ ଓ ତ୍ରିପୁରା ରାଜ୍ୟ ସମୂହକୁ ଲାଗିକରି ରହିଥିବା ଚୀନ୍ ଓ ମିଆଁମାର ସୀମାନ୍ତର ଦୁର୍ଗମ ଅଞ୍ଚଳରେ କାର‌୍ୟ୍ୟରତ ଥିବା ଭାରତୀୟ ସେନା ବାହିନୀର ଯବାନମାନେ ବୁଧବାର ଦିନ ଇଲେକ୍ଟ୍ରୋନିକାଲି ଟ୍ରାନ୍ସମିଟେଡ୍ ପୋଷ୍ଟାଲ ବାଲଟରେ ସେମାନଙ୍କର ମତଦାନ କରିଥିଲେ। ପ୍ରଥମେ ନିଜର ପରିଚୟ ସହ ଭୋଟର ପରିଚୟ ପତ୍ରକୁ ଅନଲାଇନରେ ରେଜିଷ୍ଟର କରିବା ପରେ ସେମାନଙ୍କୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏହି ଇଲେକ୍ଟ୍ରୋନିକାଲି ଟ୍ରାନ୍ସମିଟେଡ୍ ପୋଷ୍ଟାଲ ବାଲଟ ପେପର ମିଳିଥିଲା। ଯବାନମାନଙ୍କର ଏହି ଭୋଟଦାନ କାର‌୍ୟ୍ୟକୁ ସେନାର ବରିଷ୍ଠ ଅଧିକାରୀମାନେ ତଦାରଖ କରିଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version