ପୁରୀ ୧୩/୬ : ଟ୍ରକ ବାଇକକୁ ଧକ୍କା ଦେବା ଫଳରେ ଜଣେ ମହିଳା ମୃତ୍ୟୁବରଣ କରିଥିବା ବେଳେ ତାଙ୍କ ପତି ଗୁରୁତର ଆହତ ହୋଇଛନ୍ତି ।
ସୂଚନାନୁସାରେ, ଆଜି ଦିନ ପ୍ରାୟ ୨ଟାରେ ସତ୍ୟବାଦୀ ବ୍ଲକ ସାମ୍ନାରେ ଏକ ବାଇକରେ ଗୋଟିଏ ପରିବାରର ବାପା, ମାଆ ଏବଂ ଝିଅ ଯାଉଥିଲେ । ସେହି ସମୟରେ ବାଇକକୁ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମାଆଙ୍କର ମୃତ୍ୟୁ ହୋଇଥିବା ବେଲେ ବାପା ଏବଂ ଝିଅ ଗୁରୁତର ଭାବେ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲରେ ଭର୍ତି କରାଯାଇଛି । ତେବେ ଦୁର୍ଘଟଣା ପରେ ବ୍ଲକ ଅଫିସ ସାମ୍ନାରେ ଉତ୍ୟକ୍ତ ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି ।