ରାଉରକେଲା ୫/୧୨ : କୁଆଁରମୁଣ୍ଡା ଥାନାର ଭାରପ୍ରାପ୍ତ ଅଧିକାରୀ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ସେ ଡ୍ୟୁଟି ସାରି ଘରକୁ ଫେରିଲାବେଳେ ବିସ୍ରାଛକଠାରେ ତାଙ୍କା କାରଟି ଡିଭାଇଡରରେ ପିଟି ହୋଇଯାଇଥିଲା । ଘଟଣାସ୍ଥଳରେ ପ୍ରାଣ ହରାଇଥିବା ପୋଲିସ କର୍ମଚାରୀଜଣକ ହେଉଛନ୍ତି ସବ୍ ଇନିସ୍ପେକ୍ଟର ମନୋଜ କୁମାର ନାୟକ ।