ରାଜ୍ୟ

ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ରୀତା ସାହୁ

Published

on

ଖୋର୍ଦ୍ଧା ୨୫/୧ : ବିଜେପୁର ବିଧାୟିକା ରୀତା ସାହୁଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ହେଁ ସେ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାଳିଆ ଯୋଜନା ସଭାରେ ଯୋଗ ଦେବାପାଇଁ ସେ ପୁରୀ ଆସୁଥିବାବେଳେ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କ ଗାଡ଼ିଟି ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ପୁରୁଣା କଟକ ହାଇସ୍କୁଲ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ିରେ ବିଧାୟକିକାଙ୍କ ସହ ତାଙ୍କ ପୁଅ, କିଛି ସହଯୋଗୀ ଓ ଡ୍ରାଇଭରଙ୍କୁ ମିଶାଇ ମୋଟ ୬ଜଣ ଥିଲେ । ସେମାନେ ସମସ୍ତେ ସାମାନ୍ୟ ଆହତ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version