ଦେଶ ବିଦେଶ

ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡ଼ିଓକୁ ମିଳିଲା ମୁଖିଆ

Published

on

ନୂଆଦିଲ୍ଲୀ:ବହୁ ଦିନ ଧରି ଖାଲି ପଡିଥିବା ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡ଼ିଓର ମୁଖିଆ ପଦବୀ ଏବେ ପୂରଣ ହୋଇଛି।
କେନ୍ଦ୍ର ସରକାରଙ୍କ ଉଚ୍ଚ ନିଯୁକ୍ତି କମିଟି ସୋମବାର ମୟଙ୍କ ଅଗ୍ରୱାଲଙ୍କୁ ଦୂରଦର୍ଶନର ଡ଼ାଇରେକ୍ଟର ଜେନେରାଲ ଭାବେ ନିଯୁକ୍ତି ଦେଇଥିବା ବେଳେ ଇରା ଯୋଶୀଙ୍କୁ ଅଲ ଇଣ୍ଡିଆ ରେଡ଼ିଓର ଡ଼ାଇରେକ୍ଟର ଜେନେରାଲ ଭାବେ ଅବସ୍ଥାପିତ କରିଛନ୍ତି। ଉଭୟ ଦୂରଦର୍ଶନ ଓ ଅଲ ଇଣ୍ଡିଆ ରେଡ଼ିଓର ସମ୍ବାଦ ବିଭାଗର ମୁଖ୍ୟ ଥିଲେ।
ଦୂରଦର୍ଶନ ଏବଂ ଅଲ ଇଣ୍ଡିଆ ରେଡିଓର ମୁଖ୍ୟ ପଦବୀ ଦ୍ୱୟ 2019 ଅକ୍ଟୋବର ଏବଂ ଡ଼ିସେମ୍ବର ମାସରୁ ଖାଲି ପଡ଼ିଥିଲା।

ତେବେ ଭାରତୀୟ ସୂଚନା ସେବାର ବରିଷ୍ଠ ଅଧିକାରୀ ଇରା ଯୋଶୀ ଆସନ୍ତା ମାସରେ ଚାକିରିରୁ ଅବସର ନେବାକୁ ଥିବା ବେଳେ ମୟଙ୍କ ଚାକିରିକାଳ ଆଉ ମାତ୍ର ଛଅ ମାସ ରହିଛି।

Leave a Reply

Your email address will not be published. Required fields are marked *

Trending

Exit mobile version