Nation

ଦେଶକୁ କାଳ ସର୍ପ ଯୋଗ ଘାରିବ: ଚରମ ବିଭ୍ରାଟର ଆଶଙ୍କା

Published

on

ଭୁବନେଶ୍ୱର: କାଳ ସର୍ପ ଯୋଗ ଯୋଗୁଁ ଦେଶରେ ଚରମ ବିଭ୍ରାଟ ଦେଖାଦେବାର ସମ୍ଭାବନା ରହିଛି ବୋଲି ଜ୍ୟୋତିଷମାନେ ଗଣନାରୁ ଜାଣି ପାରିଛନ୍ତି। ଦେଶକୁ ଏହି ଯୋଗ ଚଳିତ ବର୍ଷ ଡିସେମ୍ବରରୁ ଘାରିବ। ଏହାର ପ୍ରଭାବ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ରହିବ ବୋଲି ଜ୍ୟୋତିଷମନେ କହିଛନ୍ତି।

କାଳ ସର୍ପ ଯୋଗ ସମ୍ପର୍କରେ କୌଣସି ଶାସ୍ତ୍ରୀୟ ପୋଥିରେ ଉଲ୍ଲେଖ ନାହିଁ। ହେଲେ ଉତରଣ ବା ଲଗ୍ନର ଆଧାରରେ ରାହୁ ଆଉ କେତୁ ମଧ୍ୟରେ ଗ୍ରହର ଅବସ୍ଥାନ ଫଳରେ କାଳ ସର୍ପ ଯୋଗର ପ୍ରଭାବ ଦେଖିବାକୁ ମିଳିଥାଏ।

ଯେତେବେଳେ ସମସ୍ତ ଗ୍ରହଗୁଡିକ ରାହୁ ବା କେତୁର ଗୋଟିଏ ପାଖରେ ଅବସ୍ଥାନ କରନ୍ତି ସେତେବେଳେ କାଳ ସର୍ପ ଯୋଗ ପଡିଥାଏ।

ଦେଶର ସ୍ୱାଧୀନତାପ୍ରାପ୍ତି କାଳକୁ ଧରି ଗଣନା କଲେ ବୃଷଭ ରେ ରାହୁ ଏବଂ ବିଛାରେ କେତୁ ରହିଲେ କାଳ ସର୍ପ ଯୋଗ ସୃଷ୍ଟି ହୁଏ। ଗତ ୧୯୯୩ ଏବଂ ୨୦୦୨ରେ ଏହିଭଳି କଲା ସର୍ପ ଯୋଗ ଦେଶକୁ ପଡିଥିଲା। ଏହା ପୁଣି ୨୦୨୧-୨୨ ରେ ପୁଣି ପଡ଼ିବାକୁ ଯାଉଛି

ଜ୍ୟୋତିଷଙ୍କ ମତ ଅନୁଯାୟୀ ସର୍ବ ମୋଟ ୧୨ (ବାର)
ପ୍ରକାରର କାଳ ସର୍ପ ଯୋଗ ରହିଛି। ଚଳିତ ବର୍ଷ ଯେଉଁ ଯୋଗ
ଡିସେମ୍ବର ୨୦୨୧ରୁ ଆରମ୍ଭ ହେବ ତାହା ମହାପଦମ କାଳ ସର୍ପ ଯୋଗ କୁହନ୍ତି। ଯେଉଁ ଯୋଗ ପଡିବ ସେଥିରେ ଷଷ୍ଟିରେ ରାହୁ ଏବଂ ଦ୍ୱାଦଶରେ କେତୁ ଅବସ୍ଥାନ କରିବେ।

ଏହାର ପ୍ରଭାବରେ ରୋଗ, ମହାମାରୀ ବ୍ୟାପିବ, ଦଙ୍ଗା ଦେଖା ଦେବ। ରାସ୍ତା, ରେଳ, ବିମାନ ଯାତାୟାତରେ ଦୁର୍ଘଟଣା ହେବ। ଯୁଦ୍ଧ ବା ଯୁଦ୍ଧଭଳି ପରିସ୍ଥିତି ଦେଖା ଦେବ। ଶତ୍ରୁ ଦେଶ ପକ୍ଷରୁ ଗୁଇନ୍ଦାଗିରି ବ୍ୟାପକ ହେବ। ସେନା ବାହିନୀ ଓ ସୁରକ୍ଷା ବାହିନୀ ନିଜକୁ ଜାହିର କରିବ।

ଏହି ଯୋଗର ପ୍ରଭାବ ଡିସେମ୍ବର ୨୦୨୧ରୁ ଏପ୍ରିଲ ୨୦୨୨ ପର୍ଯ୍ୟନ୍ତ ରହିବ।

Leave a Reply

Your email address will not be published. Required fields are marked *

Trending

Exit mobile version