Business

ଦେଶରେ ମାଲ ପରିବହନରେ ପୁର୍ବତଟ ରେଳପଥ ପ୍ରଥମ

Published

on

ଭୁବନେଶ୍ୱର: ପୂର୍ବତଟ ରେଳପଥ ୨୦୨୦-୨୧ ଆର୍ଥିକ ବର୍ଷର  ପ୍ରଥମ ତ୍ରୟ-ମାସ ରେ ୪୨ ନିୟୁତ ଟନ ମାଲ ପରିବହନ କରି ଦେଶର ରେଳବାଇ ଜୋନ ଗୁଡିକ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ପୂର୍ବ ବର୍ଷ ର ସେହି ସମୟ ତୁଳନାରେ ୮୨% ଅଧିକ।

” ଦେଶବ୍ୟାପୀ ଲକ ଡାଉନ ସତ୍ତ୍ୱେ ଭାରତୀୟ ରେଳପଥ ରେ ଥିବା ସମସ୍ତ ଜୋନଗୁଡିକ ତୁଳନାରେ  ପୂର୍ବ ତଟ ରେଳ ପଥ ଏହି ସମାୟାବଧି ରେ ଅଧିକ ମାଲ ପରିବହନ କରିଛି।”

ଦେଶବ୍ୟାପୀ ଲକ ଡାଉନ ସମୟରେ – ୨୨ ମାର୍ଚ୍ଚ ରୁ ୩୦ଜୁନ ୨୦୨୦- ମଧ୍ୟରେ ପୁୁର୍ବତଟ ରେଳପଥ ୪୫.୮୦ ନିିିୟୁୁତ ଟନ  ମାଲ ୧୨୬୮୦ ଟ୍ରେନରେ ଦେଶର ବିଭିିନ୍ନ ଜାଗାକୁୁ ନେବା ଆଣିିବା କରିିିଛି।

ଲକ ଡାଉନର ୧୦୧ ଦିନରେ ପୁର୍ବତଟ ରେଳପଥ ଏହାର ଅଧିକାର କ୍ଷେତ୍ରରୁ ୭୧୦୦ ଟି ଟ୍ରେନ ରେ ୨୭.୦୬  ମିଲିୟନ ଟନ ର  କୋଇଲା ପରିବହନ କରିଛି l ଏଥି ମଧ୍ୟରୁ  ତାଳଚେର ଅଂଚଳ ରୁ ୪୧୫୭ ଟି  ଟ୍ରେନ ରେ ୧୬.୧୪ ମିଲିୟନ ଟନର ସ୍ଥାନୀୟ  କୋଇଲା  ଏବଂ ୧୦.୯୨ ମିଲିୟନ ଟନର ଆମଦାନୀ କୋଇଲା ପୂର୍ବ ତଟ ରେଳ ପଥ ଅଧିକାର କ୍ଷେତ୍ର ଅଂଚଳରୁ ଦେଶର ବିଭିନ୍ନ ସ୍ଥାନରେ ଥିବା ଶକ୍ତି ଉତ୍ପାଦନ କେନ୍ଦ୍ର ଓ ଶିଳ୍ପ ପ୍ରତିଷ୍ଠାନ ଗୁଡିକୁ ପରିବହନ କରାଯାଇଥିଲା।

ଖାଦ୍ୟଶସ୍ୟର ଗୁରୁତ୍ୱକୁ ଉପଲବ୍ଧି କରି, ଦେଶର ବିଭିନ୍ନ ସ୍ଥାନକୁ ଏହାର ପରିବହନକୁ ଏକ ଆହ୍ୱାନ ରୂପେ ଗ୍ରହଣ କରି ଏହାର ପରିବହନ କୁ ସୁଚାରୁ ରୂପେ  ତୁଲାଇଥିଲା। ଏହି ସମୟ ମଧ୍ୟରେ,  ପୂର୍ବ ତଟ ରେଳପଥ 0.୯୫ ମିଲିୟନ ଟନର ଖାଦ୍ୟଶସ୍ୟ ବିଶେଷ କରି ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ରେଲେଙ୍ଗାନା, ବିହାର  , ଝାରଖଣ୍ଡ  ଇତ୍ୟାଦି ରାଜ୍ୟକୁ ୩୩୩ ଟି ଟ୍ରେନ ମାଧ୍ୟମରେ ଚାଉଳ  ପରିବହନ କରିଥିଲା l

ଏହା ବ୍ୟତୀତ ୧.୨୦ ମିଲିୟନ  ଟନ ର ସାର  ଉତ୍ତର ପ୍ରଦେଶ, ବିହାର, ପଶ୍ଚିମ ବଙ୍ଗ  ଆଦି  ରାଜ୍ୟ କୁ ୪୭୦ ଟି  ଟ୍ରେନ ରେ ପରିବହନ ସହିତ ପୂର୍ବ ତଟ ରେଳ ପଥ  ଅଧିକାର କ୍ଷେତ୍ର ରୁ  ବିଭିନ୍ନ ସ୍ଥାନ ଗୁଡିକୁ ୨୮୯ ଟି  ଟ୍ରେନରେ ପେଟ୍ରୋଲିୟମ ଉତ୍ପାଦ ପରିବହନ କରାଯାଇଛି । ସେହିିଭଳି ୧୨୬୮ ଟି ଟ୍ରେନରେ ଲୌହ ପଥର, ୮୯୫ ଟ୍ରେନ ରେ ଲୌହ ଓ ଇସ୍ପାତ ଉତ୍ପାଦ, ୪୧ଟି ଟ୍ରେନ ରେ ସିମେଣ୍ଟ ମଧ୍ୟ ବୋଝେଇ କରାଯାଇ ବିଭିନ୍ନ ସ୍ଥାନ ମାନଙ୍କୁ ପଠା ଯାଇଛି।

Leave a Reply

Your email address will not be published. Required fields are marked *

Trending

Exit mobile version