Nation

ଦେଶର ଆଇଏଏସ ଅଫିସରଙ୍କ ଭିତରେ ହେବ ଜାତୀୟସ୍ତରୀୟ ନାଚ-ଗୀତର ପ୍ରତିଯୋଗୀତା

Published

on

ନୂଆଦିଲ୍ଲୀ: ଦେଶର ଆଇଏଏସ ଅଫିସରଙ୍କ ପାଇଁ ହେବ ଏକ ଜାତୀୟସ୍ତରୀୟ ନାଚ-ଗୀତର ପ୍ରତିଯୋଗିତା। ବିଭିନ୍ନ ରାଜ୍ୟର ଆଇଏଏସ ଅଫିସର ଦଳ ଏହି ପ୍ରତିଯୋଗିତାରେ ଭାଗନେବେ।

ଦେଶ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାର  ଆଜାଦୀ କା ଅମୃତ ମହୋତ୍ସବକୁ ଅତ୍ୟନ୍ତ ଧୁମଧାମରେ ପାଳନ କରିବାକୁ ଚାହୁଁଛନ୍ତି। ଏହି ଅବସରରେ କେନ୍ଦ୍ର ସରକାର ଆଇଏଏସ ଅଫିସରମାନଙ୍କର ସଂସ୍କୃତିକ ପ୍ରତିଭା ଦେଖିବାକୁ ଏକ ପ୍ରତିଯୋଗିତାର ଆୟୋଜନ କରିଛନ୍ତି। ଆଇଏଏସ ଅଫିସରମାନେ ଦେଶାତ୍ମବୋଧକ ଗୀତ ଏବଂ ନାଚ ପରିବେଷଣ କରିବେ। ଏହି ପ୍ରତିଯୋଗିତାରେ ଭାଗ ନେବାପାଇଁ ରାଜ୍ୟ ଗୁଡିକୁ ଏବଂ ବିଭିନ୍ନ କେନ୍ଦ୍ରୀୟ ବିଭାଗଗୁଡିକୁ ସେମାନଙ୍କର ଆଇଏଏସ ଟିମ ପଠାଇବାକୁ ନିମନ୍ତ୍ରଣ ପଠାଯାଇଛି। ଏହି ପ୍ରତିଯୋଗିତାରେ ଭାଗ  ନେବା ଘଟଣାକୁ  ‘ଅନ ଡୁଟି’ ଧରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

 

 

Leave a Reply

Your email address will not be published. Required fields are marked *

Trending

Exit mobile version