Nation

ଦେଶର ପ୍ରମୁଖ ନିରାପତ୍ତା ବାହିନୀ ଓ ଅନୁସନ୍ଧାନ ସଂସ୍ଥାର ମୁଖିଆ ପଦବୀ ଖାଲି

Published

on

ନୂଆଦିଲ୍ଲୀ: ଦେଶର ଅନେକ ନିରାପତ୍ତା ବାହିନୀ ଏବଂ ଅନୁସନ୍ଧାନ ସଂସ୍ଥାର ମୁଖିଆ ପଦ ଏବେ ଖାଲି ପଡ଼ିଛି। ବର୍ତମାନ ଛଅ ସେହିଭଳି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାରେ କେହି ମୁରବୀ ନାହାନ୍ତି। କେତକ ସଂସ୍ଥାରେ ଏହି ପଦଵୀ ମାସ ମାସ ଧରି ଖାଲି ପଡ଼ିଛି।

ପାଞ୍ଚଟି କେନ୍ଦ୍ରୀୟ ସଶସ୍ତ୍ର ବଳ ସଂସ୍ଥା ମଧ୍ୟରୁ ବର୍ତମାନ ଦୁଇଟିରେ ବର୍ତ୍ତମାନ କେହି ମୁଖିଆ ନାହାନ୍ତି। ଇଣ୍ଡୋ-ତିବତ୍ତିଆନ ସୀମା ବଳର ମହା ନିର୍ଦ୍ଦେଶ ଏସ ଏସ ଦେଶୱାଲ ଚଳିତ ମାସରେ ଅବସର ନେବା ପରେ ଏହି ସଂଖ୍ୟା ତିନି ହୋଇଯିବ।

ସେହିଭଳି ନ୍ୟାସନାଲ ଇଂଭେସ୍ଟିଗେଟିଙ୍ଗ ଏଜେନସି (ଏନଆଇଏ)ର  ମୁଖିଆ ପଦଵୀ ତିନି ମାସ ହେଲା ଖାଲି ପଡ଼ିଛି। ମହା ନିର୍ଦେଶକ ୟାଇ ସି ମୋଦି ଗତ ମେ ମାସରେ ଅବସର ନେବାପରେ ଏହି ପଦଵୀରେ ବର୍ତମାନ ପର୍ଯ୍ୟନ୍ତ କାହାକୁ ନିଯୁକ୍ତି ଦିଆ ଯାଇ ନାହିଁ। ବର୍ତ୍ତମାନ ସିଆରପିଏଫ ମହା ନିର୍ଦ୍ଦେଶକ କୁଳଦୀପ ସିଂହ ଏହି ଦାଇତ୍ୱରେ ଅଛନ୍ତି।

ସିଆଇଏସଏଫ, ବିଏସଏଫ, ଅରପିଏଫ, ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ, ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟର ମୁଖିଆ ପଦ ପୂରଣ ଅପେକ୍ଷାରେ ଅଛି।

ବିଏସଏଫ ମୁଖ୍ୟ ରାକେଶ ଆସ୍ଥାନା ଦିଲ୍ଲୀର ପୋଲିସ କମିଶନର ଭାବେ ନିଯୁକ୍ତି ପାଇବା ପରେ ବିଏସଏଫ ମୁଖ୍ୟ ପଦଵୀ ଖାଲି ପଡ଼ିଛି।

 

ସେ ଯାହା ହେଉ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ବର୍ତ୍ତମାନ ଏହି ସବୁ ପଦଵୀ ପୂରଣ ପାଇଁ ତତ୍ପର ହୋଇ ପଡିଛନ୍ତି। ଭାଲ୍ଲା ଇତି ମଧ୍ୟରେ ମହା ନିର୍ଦେଶକ ପଦଵୀ ପାଇଁ ତାଲିକାଭୁକ୍ତ ହୋଇଥିବା ୧୯୮୮ ବ୍ୟାଚର ଆଇପିଏସ ଅଫିସରମାନଙ୍କ ସହ ଭେଟି କଥାବାର୍ତ୍ତା ଆରମ୍ଭ କରିଛନ୍ତି।

 

 

Leave a Reply

Your email address will not be published. Required fields are marked *

Trending

Exit mobile version