ନୂଆଦିଲ୍ଲୀ: ଦେଶର ବେକାରୀ ସଂଖ୍ୟା ଗତ ୪୫ ବର୍ଷରେ ସର୍ବାଧିକ। ଏହି ତଥ୍ୟ ପ୍ରକାଶ କରିବା ଆଜି ଦେଶର ଚିଫ ଷ୍ଟାଷ୍ଟିସିଆନ ତଥା କେନ୍ଦ୍ର ଷ୍ଟାଷ୍ଟିକସ ଅଣ୍ଡ ପ୍ରୋଗ୍ରାମ ଇଂପ୍ଲିମେଂଟସନ ବିଭାଗର ସଚିବ ପ୍ରବୀଣ ଶ୍ରୀବାସ୍ତବଙ୍କ ପାଇଁ ବେଶ ମହଙ୍ଗା ପଡିଛି।
ପ୍ରବୀନଙ୍କ କାର୍ଯ୍ୟକାଳ ଆସନ୍ତା ଅଗଷ୍ଟ ୩୧ ତାରିଖରେ ସରୁଛି। ତାଙ୍କର ଚାକିରୀକାଳ ବୃଦ୍ଧି ପାଇଁ ପ୍ରସ୍ତାବ ଯାଇଥିଲା। ହେଲେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ପିଏମଓ ତାହାକୁ ନାକଚ କରି ଦେଇଛି।
ଶ୍ରୀବାସ୍ତବ, ୧୯୮୩ ବ୍ୟଚର ଇଣ୍ଡିଆନ ଷ୍ଟାଷ୍ଟିକାଲ ଅଫିସର, ଗତ ୨୦୧୮ ଅକ୍ଟୋବରରେ ଦେଶର ଚିଫ ଷ୍ଟାଷ୍ଟିଆନ ପଦବୀରେ ନିିଯୁକ୍ତି ପାଇଥିଲେ।
ଶୁଣା ଯାଉଛି ଯେ ବେକାରୀ ଡାଟା ଗଣମାଧ୍ୟମରେ ଲିକ ହେବା ଫଳରେ ସରକାରଙ୍କୁ ବିରୋଧୀ ଦଳର ସମାଲୋଚନାର ଶରବ୍ୟ ହେବାକୁ ପଡିଲା। ଏହି କାରଣରୁ ଶ୍ରୀବାସ୍ତବଙ୍କୁ ଆଉ ଅନୁଗ୍ରହ ଦେଖାଇବାକୁ ସରକାର ଚାହିଁଲେ ନାହିଁ।
ପୁର୍ବରୁ ପ୍ରଣବ ସେନ ଓ ଟି ସି ଏ ଅନନ୍ତ ଏହି ପଦବୀରେ ଥଲେ।