ନୂଆଦିଲ୍ଲୀ ୫/୧୨ : ମହାକାଶ ଗବେଷଣା କ୍ଷେତ୍ରରେ ଭାରତ ଆଜି ଆଉଏକ ମାଇଲ୍ଖୁଣ୍ଟ ଅତିକ୍ରମ କରିଛି । ଫ୍ରେଞ୍ଚ ଗୟାନା ମହାକାଶ କେନ୍ଦ୍ରରୁ ଭାରତର ସବୁଠୁ ଓଜନଦାର ଉପଗ୍ରହ ଜିସାଟ୍-୧୧କୁ ସଫଳତାର ସହ ମହାକାଶକୁ ପଠାଯାଇଛି । ମହାକାଶକୁ ଛଡ଼ାଯିବାର କିଛି ସମୟ ମଧ୍ୟରେ ଉପଗ୍ରହଟି କକ୍ଷ ପଥରେ ଅବସ୍ଥାପିତ ହୋଇଛି । ଏହାର ଓଜନ୫୮୫୪ କିଲୋଗ୍ରାମ ।
ଏହି ଉପଗ୍ରହ ମାଧ୍ୟମରେ ଦେଶରେ ବ୍ରଡ୍ବ୍ୟାଣ୍ଡ ବ୍ୟବସ୍ଥାର ଦ୍ରୁତ ପ୍ରସାର ଘଟିପାରିବ । ଏହାଛଡ଼ା ଇଣ୍ଟରନେଟ୍ର ଗତି ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବ । ଗ୍ରାମାଞ୍ଚଳରେ ଇଣ୍ଟରନେଟ୍ ସେବାର ଦ୍ରୁତ ପ୍ରସାର ଦିଗରେ ଜିସାଟ୍-୧୧ ବିଶେଷ ସହାୟକ ହେବ ବୋଲି କୁହାଯାଉଛି ।