ଦେଶ ବିଦେଶ

ଦେଶର ୯୧ଟି ଲୋକସଭା ଆସନରେ ୫୬ ପ୍ରତିଶତ ମତଦାନ ସୂଚନା

Published

on

ନୂଆଦିଲ୍ଲୀ ୧୧/୪ : ସାରା ଦେଶରେ ଜାରି ରହିଛି ପ୍ରଥମ ପର‌୍ୟ୍ୟାୟ ମତଦାନ । ଗଣତନ୍ତ୍ରର ଏହି ମହାପର୍ବରେ ଭାଗ ନେଇ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଜନତା । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଅପରାହ୍ନ ୩ଟା ପର‌୍ୟ୍ୟନ୍ତ ଦେଶର ୯୧ଟି ଲୋକସଭା ଆସନରେ ୫୬ ପ୍ରତିଶତ ମତଦାନ ହୋଇଛି ।
ପ୍ରଥମ ପର‌୍ୟ୍ୟାୟରେ ୨୦ଟି ରାଜ୍ୟର ୯୧ଟି ଲୋକସଭା ଆସନରେ ଚାଲିଛି ଭୋଟଗ୍ରହଣ । ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡାକଡି କରାଯାଇଛି । ମତଦାନ ଜାରି ରହିଥିବା ବେଳେ ଏହାରି ଭିତରେ ସମସ୍ତଙ୍କ ଅପେକ୍ଷା ଆସନ୍ତା ମେ ମାସ ୨୩ ତାରିଖକୁ । ଯେତେବେଳେ ସ୍ପଷ୍ଟ ହୋଇଯିବ ଜନମତ କାହା ସପକ୍ଷରେ ଯାଉଛି, କାହାକୁ ଭରସୁଛନ୍ତି ଭୋଟର ।

Leave a Reply

Your email address will not be published. Required fields are marked *

Trending

Exit mobile version