ଦେଶ ବିଦେଶ

ଦେଶ ବିରୋଧୀ ଶକ୍ତିକୁ ଦେଶର କୌଣସି ରାଜ୍ୟରେ ବୃଦ୍ଧି କରିବାକୁ ଦିଆଯିବ ନାହିଁ : ପରମଜୀତ ସିଂହ

Published

on

ରାଜୌରୀ ୧୩/୪ : ପାକିସ୍ତାନ ତାର ପ୍ରକୃତି ଛାଡିପାରୁ ନାହିଁ, ଉପରେ ଶାନ୍ତି ରକ୍ଷା କରିବା ପାଇଁ ସହମତି ଦେଖାଉଥିବା ପାକିସ୍ତାନ ଦେଢମାସ ମଧ୍ୟରେ ୫୧୩ଥର ଅସ୍ତ୍ରବିରତି ଉଲଂଘନ କରିସାରିଛି । ଭାରତୀୟ ଯବାନ ମଧ୍ୟ ଏହାର ଦୃଢ ଜବାବ ଦେଉଛନ୍ତି । ଯଦି ପାକିସ୍ତାନ ଗୋଳାବାରୁଦର ଭାଷାକୁ ହିଁ ବୁଝିପାରୁଛି, ତେବେ ତାକୁ ତାରି ଭାଷାରେ ଜବାବ ଦିଆଯିବ । ଭାରତୀୟ ଯବାନ ମଧ୍ୟ କାହାଠାରୁ କମ୍‌ ନୁହନ୍ତି ।
ରାଜୌରୀ ଠାରେ ଶନିବାର ଆୟୋଜିତ ହୋଇଥିବା ରାଜୌରୀ ଦିବସ ଅବସରରେ ଭାରତର ଲେପ୍ଟନାଣ୍ଟ ଜେନେରାଲ ପରମଜୀତ ସିଂହ ଏହି କଥା କହିଛନ୍ତି । ସେ କହିଛନ୍ତି କି, ଆନ୍ତରାଷ୍ଟ୍ରୀୟ ସୀମା ଓ ନିୟନ୍ତ୍ରଣ ରେଖା ନିକଟରେ ପାକିସ୍ତାନ ପକ୍ଷରୁ କରାଯାଉଥିବା ଗୁଳିମାଡରେ ପାକିସ୍ତାନର ସୈନିକ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରୁଛି । ଜାଣିବୁଝି ଭାରତୀୟ ପୋଷ୍ଟ ଉପରେ ଏହି ଶକ୍ତିଶାଳି ଅସ୍ତ୍ର ବ୍ୟବହାର କରୁଛି ପାକିସ୍ତାନ । ଅନେକ ଥର ଚେତାବନୀ ଦିଆଯାଇଥିଲେ ମଧ୍ୟ ପାକିସ୍ତାନ ତାର ପ୍ରକୃତିରୁ ନିବୃତ ହେଉନାହିଁ । ଏମିତିରେ ଭାରତୀୟ ସେନା ମଧ୍ୟ ପାକିସ୍ତାନକୁ ତା ଭାଷାରେ ଜବାବ ଦେବା ଆରମ୍ଭ କରିଛି ।
ଭାରତୀୟ ସେନାର ଏହି ଜବାବି ଆକ୍ରମଣ ପରେ ପାକିସ୍ତାନ ସୈନିକ ଭୟଭିତ ହୋଇପଡିଛନ୍ତି । ଆରମ୍ଭ ତ ପାକିସ୍ତାନ କରେ କିନ୍ତୁ ଭାରତ ତାର ଦୃଢ ଜବାବ ଦେବା ଆରମ୍ଭ କଲେ ପାକିସ୍ତାନ ଶାନ୍ତ ହୋଇଯାଏ । ଏହି ପରିପ୍ରେକ୍ଷିରେ ସୀମାରେ ଉପସ୍ଥିତ ଥିବା ଭାରତୀୟ ସେନାକୁ ପାକିସ୍ତାନ ଉପରେ ଦୃଢ ଜବାବ ଦେବାପାଇଁ ନିର୍ଦ୍ଦେସ ଦିଆଯାଇଛି ।
ଏହି ଅବସରରେ ଲେପ୍ଟନାଣ୍ଟ ଜେନେରାଲ, କିସ୍ତବାଡରେ ବଢୁଥିବା ଆତଙ୍କବାଦ ଉପରେ ମଧ୍ୟ ଚିନ୍ତା ଜାହିର କରିଛନ୍ତି । ସେ କହିଛନ୍ତି କି ଆତଙ୍କବାଦି ସଂଗଠନ କିସ୍ତବାଡରେ ତାର ନିଜର ସ୍ଥିତି ମଜଭୁତ କରିବାକୁ ଚେଷ୍ଟା କରୁଛି । ସେନା ବହୁତ ଶୀଘ୍ର ଏହାକୁ କାବୁ କରିନେବ । ଏଥିପାଇଁ ଅପରେସନ ଆରମ୍ଭ ମଧ୍ୟ ହୋଇସାରିଛି । କିଛି ସନ୍ଦିଗ୍ଧ ଲୋକଙ୍କୁ ମଧ୍ୟ ଗିରଫ କରାସାରିଛି । ଲେପ୍ଟନାଣ୍ଟ ଜେନେରାଲ ପରମଜୀତ ସିଂହ କହିଛନ୍ତି କି ଦେଶ ବିରୋଧୀ ଶକ୍ତିକୁ ଜାମ୍ମୁ କାଶ୍ମୀର ସହିତ ଦେଶର କୌଣସି ରାଜ୍ୟରେ ବୃଦ୍ଧି କରିବାକୁ ଦିଆଯିବ ନାହିଁ । ସେମାନଙ୍କୁ ମୂଳରୁ ଓପାଡି ଫୋପଡିବା ପାଇଁ ଭାରତୀୟ ସେନା ସକ୍ଷମ ।

Leave a Reply

Your email address will not be published. Required fields are marked *

Trending

Exit mobile version