ରାଜ୍ୟ

ଦୋକାନ ମାଲିକ ଜୀବନ୍ତଦଗ୍ଧ

Published

on

ବଲାଙ୍ଗିର ୨୮/୧୧ : ବଲାଙ୍ଗିରରେ ମଙ୍ଗଳବାର ରାତିରେ ଜଣେ ବ୍ୟକ୍ତି ଜିଅନ୍ତା ପୋଡ଼ି ଯାଇଛନ୍ତି । ସ୍ଥାନୀୟ ଲ କଲେଜ ନିକଟରେ ଥିବା ନିଜ ଦୋକାନରେ ଶୋଇଥିବାବେଳେ ଏଭଳି ଅଘଟଣ ଘଟିଛି । ଦୋକାନରେ ହଠାତ୍ ନିଆଁ ଲାଗିଯିବା ପରେ ସୂରଜ ଖେତି ନାମକ ଏହି ବ୍ୟକ୍ତି ଜଣକ ତା’ ଭିତରୁ ବାହାରି ପାରିନଥିଲେ । ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିବା ପରେ ତାହାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ପୋଲିସ ସ୍ଥାନୀୟ ଲୋକଙ୍କୁ ଏ ସମ୍ପର୍କରେ ପଚରା ଉଚରା କରିବା ସହ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version