କଟକ ୨/୫ : ସିବିଏସଇ ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ୨୦୧୮- ୧୯ ଶିକ୍ଷାବର୍ଷ ପାଇଁ ସିବିଏସଇ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଦ୍ୱାଦଶ ଶ୍ରେଣୀର ପରୀକ୍ଷା ଫଳ ଆଜି ସିବିଏସ୍ଇ ବୋର୍ଡ ପକ୍ଷରୁ ପକ୍ଷରୁ ପ୍ରକାଶ ପାଇବା ସହ ପରୀକ୍ଷା ଫଳ ସିବିଏସଇର ଆଧିକାରୀକ େଓ୍ଵବସାଇଟ୍ ଉପଲବ୍ଧ ହେଉଛି । ଏହା ଛଡ଼ା ପରୀକ୍ଷାର୍ଥୀମାନେ ସେମାନଙ୍କ ପଞ୍ଜିକୃତ ମୋବାଇଲରୁ ଏସଏମଏସ୍ କରି ମଧ୍ୟ ଏସଏମଏସ୍ ଜରିଆରେ ପରୀକ୍ଷା ଫଳ ଜାଣିପାରିବେ ।
ଚଳିତ ବର୍ଷ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୮୩.୪ ପ୍ରତିଶତ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଜାଣିବାକୁ ମିଳିଛି ।