ହାଇଦ୍ରାବାଦ ୧୩/୧୨ : ଟିଆରଏସ୍ ନେତା କେ. ଚନ୍ଦ୍ରଶେଖର ରାଓ ଦ୍ୱିତୀୟ ଥର ପାଇଁ ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରୂପେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜ୍ୟପାଳ ଇଏସ୍ଏଲ୍ ନରସିମନ୍ ଆଜି ଏକ ବିଶେଷ ସମାରୋହରେ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ମହମ୍ମଦ ଅଲ୍ଲୀ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଛନ୍ତି । ଚଳିତ ବିଧାନସଭା ନିର୍ବାଚନରେ ଟିଆରଏସ୍ ୮୮ଟି ଆସନରେ ବିଜୟୀ ହୋଇ ଦୁଇ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ରାଜ୍ୟର ୧୧୯ଟି ଆସନ ପାଇଁ ନିର୍ବାଚନ ହୋଇଥିଲା ।