ଖେଳ

ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ : ଭାରତ-ଅଷ୍ଟ୍ରେଲିଆ ଟକ୍କର

Published

on

ବାଙ୍ଗାଲୋର ୨୭/୨  : ବାଙ୍ଗାଲୋର ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଉ ସନ୍ଧ୍ୟା ୭ଟାରେ ଆରମ୍ଭ ହେବ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍ । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛି । ତେଣୁ ପ୍ରଥମେ ବ୍ୟାଟିଂ କରିବ ଭାରତ । ରୋମାଞ୍ଚଭରା ପ୍ରଥମ ଟି-ଟ୍ୱେଣ୍ଟିରେ ଶେଷ ବଲରେ ଭାରତକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ତେବେ ଆଜିର ମ୍ୟାଚ୍ ଭାରତ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି । କାରଣ ୨୦୦୮ ମସିହା ପରଠାରୁ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିପାକ୍ଷିକ ଟ୍ୱେଣ୍ଟି-୨୦ ଶୃଙ୍ଖଳା ହାରିନାହିଁ ଭାରତ । ଏବେ କିନ୍ତୁ ଏହି ଧାରା ଅଟକିବାର ଆଶଙ୍କା ସୃଷ୍ଟି ହୋଇଛି ।
ତେବେ ସିରିଜରେ ୧-୦ରେ ପଛୁଆ ଥିବାରୁ ଆଜିର ମ୍ୟାଚ ଭାରତ ପାଇଁ କର ବା ମର ପରିସ୍ଥିତି ସୃଷ୍ଟି କରିଛି । ମ୍ୟାଚ ହାରିଲେ ଭାରତ ୨-୦ ଶୃଙ୍ଖଳା ହାରିବ ଆଉ ଆଜି ମ୍ୟାଚରେ ବିଜୟର ସ୍ୱଦ ଚାଖିଲେ ୧-୧ରେ ଶୃଙ୍ଖଳା ଶେଷ ହେବ । ବିଶାଖାପାଟଣାରେ ଖେଳା ଯାଇଥିବା ପ୍ରଥମ ମ୍ୟାଚରେ ତାରକା ଖଚିତ ଭାରତୀୟ ବ୍ୟାଟିଂକ୍ରମ ଅପ୍ରତ୍ୟାଶିତ ଭାବେ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥିଲା । ବାଙ୍ଗାଲୋରରେ ଭାରତକୁ ଏହି ଭୁଲ ସୁଧାରିବାକୁ ହେବ । ଶୀର୍ଷକ୍ରମ ବ୍ୟାଟ୍ସମ୍ୟାନମାନଙ୍କୁ ଅଧିକ ଦାୟିତ୍ୱବାନ୍ ହେବାକୁ ପଡିବ । ଆଜିର ମ୍ୟାଚରେ ପାଗ ଶୁଖିଲା ଥିବାରୁ, ପିଚ୍ ମଧ୍ୟ ବ୍ୟାଟ୍ସମ୍ୟାନ ମାନଙ୍କୁ ସୁହାଇବ ।

Leave a Reply

Your email address will not be published. Required fields are marked *

Trending

Exit mobile version