ରାଜନୀତି

ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ପ୍ରସ୍ତୁତି : ମାଓବାଦୀଙ୍କ ଗୁଳିରେ ସୁପରଭାଇଜର ମୃତ

Published

on

ଫୁଲବାଣୀ ୧୭/୪ : ଫୁଲବାଣୀର ବାନ୍ଦାପଡାରେ ମାଓବାଦୀଙ୍କ ଗୁଳିମାଡରେ ପୋଲିଂ ସୁପରଭାଇଜରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପୋଲିଂ ସୁପରଭାଇଜର ଫୁଲବାଣୀରୁ ବାନ୍ଦାପଡା ଯାଉଥିବା ବେଳେ ତାଙ୍କ ଗାଡି ଉପରକୁ ଅତର୍କିତ ଗୁଳିଚାଳନା କରିଥିଲେ ମାଓବାଦୀ । ଯେଉଁଥିରେ ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗାଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ସଂଯୁକ୍ତାଙ୍କ ସହ ଅନ୍ୟ କେଉଁମାନେ ରହିଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।
ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ଆସନ୍ତାକାଲି ହେବାକୁ ଥିବା ବେଳେ ଏହାର ପ୍ରସ୍ତୁତି ପାଇଁ ପୋଲିଂ ସୁପରଭାଇଜର ବିଭିନ୍ନ ବୁଥକୁ ଯାଉଥିଲେ । ଆଉ ରାସ୍ତାରେ ଯିବା ବେଳେ ହିଁ ମାଓବାଦୀଙ୍କ ପକ୍ଷରୁ ଏଭଳି ଆକ୍ରମଣ ହୋଇଥିଲା । ଚଳିତ ନିର୍ବାଚନକୁ ବର୍ଜନ କରିବାକୁ ମାଓବାଦୀ ମାନେ ଆହ୍ୱାନ ଦେଇଥିବା ବେଳେ ଏଭଳି ଏକ ଘଟଣା ପୋଲିଂ ଅଫିସରଙ୍କ ସୁରକ୍ଷା ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଏହାପୂର୍ବରୁ ଆଜି ସକାଳେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମେରବନ୍ଧ ଗ୍ରାମ ପଞ୍ଚାୟତ ଅଞ୍ଚଳର ମୁଙ୍ଗୁନିପଦରଠାରେ ମାଓବାଦୀମାନେ ପୋଲିଙ୍ଗ୍ ପାର୍ଟି ଯାଉଥିବା ଗୋଟିଏ ଗାଡ଼ିକୁ ପୋଡ଼ି ଦେଇଛନ୍ତି। ଗାଡ଼ିଟିକୁ ପୋଡ଼ିବା ପୂର୍ବରୁ ଦୁର୍ବୃତ୍ତ ମାନେ ପୋଲିଙ୍ଗ୍ ପାର୍ଟିର ସମସ୍ତ ସଦସ୍ୟଙ୍କୁ ଓହ୍ଲାଇ ଦେଇଥିବା ଖବର ଆସିଛି।

Leave a Reply

Your email address will not be published. Required fields are marked *

Trending

Exit mobile version