ରାଜନୀତି

ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ : ୫ଟା ସୁଦ୍ଧା ୬୪ ପ୍ରତିଶତ ମତଦାନ

Published

on

ଭୁବନେଶ୍ୱର ୧୮/୪ : ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ । ୬ଟା ସୁଦ୍ଧା ଯେଉଁମାନେ ଲାଇନରେ ରହିଥିବେ, ସେହି ଭୋଟରମାନେ ହିଁ କେବଳ ମତଦାନ କରିପାରିବେ । ତେବେ ସନ୍ଧ୍ୟା ୫ଟା ସୁଦ୍ଧା ଓଡିଶାରେ ୬୪ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି । ଦ୍ୱିତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ଭୋଟର ମାନେ ଆଜି ବେଶ ଉତ୍ସାହର ସହ ମତଦାନ କରିଛନ୍ତି । ପ୍ରତି ବୁଥରେ ଭୋଟରଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଛି । ଦ୍ୱିତୀୟ ପର‌୍ୟ୍ୟାୟ ରେ ରାଜ୍ୟର ୫ଟି ଲୋକସଭା ଓ ୩୫ଟି ବିଧାନସଭା ଆସନ ପାଇଁ ଭୋଟିଂ ହୋଇଥିବା ବେଳେ ଭୋଟର ମଧ୍ୟ ବେଶ ଉତ୍ସାହର ସହ ମତଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି । ଭୋଟ ଗ୍ରହଣ ପାଇଁ ସନ୍ଧ୍ୟା ପର‌୍ୟ୍ୟନ୍ତ ସମୟ ନିର୍ଘଣ୍ଟ ରହିଥିଲା । ତେବେ ସନ୍ଧ୍ୟା ୬ଟା ପରେ ଯେଉଁ ଭୋଟର ଧାଡିରେ ଥିବେ, ସେମାନେ ହିଁ କେବଳ ଭୋଟ୍ ଦେଇପାରିବେ ।

Leave a Reply

Your email address will not be published. Required fields are marked *

Trending

Exit mobile version