ଅପରାଧ

ଦ୍ୱିତୀୟ ବିବାହ ରୋକିବାରୁ ସ୍ତ୍ରୀକୁ ମରଣାନ୍ତକ ଆକ୍ରମଣ

Published

on

ଆନନ୍ଦପୁର ୧୪/୬ : ସ୍ୱାମୀଙ୍କର ଦ୍ୱିତୀୟ ବିବାହ ରୋକିବା କାରଣରୁ ସ୍ତ୍ରୀଙ୍କୁ ମାଡ ମାରି ଗଛରେ ଟାଙ୍ଗିଛନ୍ତି ସ୍ୱାମୀ ଏବଂ ତାଙ୍କର ସହେଯାଗୀ । ତେବେ ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡିକାଲରେ ଭର୍ତି କରାଯାଇଛି ।
ସାତ ଜନ୍ମ ପାଇଁ ହାତ ଧରିବାକୁ କଥା ଦେଇଥିବା ନିଜ ସାଥୀକୁ ଆଉ କାହା ହାତରେ ନଟେକି ଦେବାରୁ ସ୍ତ୍ରୀଙ୍କୁ ସହିବାକୁ ପଡିଛି ଅସହ୍ୟ ଯାତନା । ଘସିପୁରା ଥାନା ନଦୂଆଁ ଗ୍ରାମରେ ଏଭଳି ଏକ ଅଭାବନୀୟ କାଣ୍ଡ ଦେଖିବାକୁ ମିଳିଛି । ନିଜ ସ୍ୱାମୀର ଦ୍ୱିତୀୟ ବିବାହ ରୋକିବାରୁ ପୀଡିତା ମହିଳା ଜଣକୁ ତାଙ୍କ ସ୍ୱାମୀ ଏବଂ ତାଙ୍କର ଜଣେ ସହେଯାଗୀ ନିର୍ମମ ଭାବେ ମାଡ ମାରିଛନ୍ତି । ଏବଂ ଏହା ପରେ ହତ୍ୟା ଉଦ୍ୟମ କରି ଗାଁ ପାଖ ଗଛରେ ଟାଙ୍ଗିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଭାରସାମ୍ୟ ହରାଇ ଡାଳ ଭାଙ୍ଗିଯିବା କାରଣରୁ ମହିଳା ଜଣକ ଗୁରୁତର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version