ଧର୍ମଗଡ ୨୭/୧୨ : ଧର୍ମଗଡ଼ରେ ଆଜି ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବା ଫଳରେ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇପଡ଼ିଛି । ଧର୍ମଗଡ଼କୁ ଜିଲ୍ଲାର ମାନ୍ୟତା ପ୍ରଦାନ ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିଲା । ଧର୍ମଗଡ଼ର ସବୁ ଦୋକାନ, ବଜାର ଓ ଅଫିସ ବନ୍ଦ ଥିବାବେଳେ ଏହାର ୬ଟି ବ୍ଲକ୍ରେ ବନ୍ଦ ପାଳନ ଯୋଗୁଁ ସ୍ୱଭାବିକ ଜୀବନଯାତ୍ରା ଠପ ହୋଇଯାଇଥିଲା ।