ରାଜ୍ୟ

ଧର୍ମ ପରିବର୍ତ୍ତନ ନ କରିବାରୁ ଆର୍ଆଇଙ୍କ ଉପରେ ଆକ୍ରମଣ

Published

on

ମୋହନା ୧୪/୧୨ : ମୋହନା ଗୋବିନ୍ଦପୁରର ଆରଆଇ ଥବିର ପଣ୍ଡା ଧର୍ମ ପରିବର୍ତ୍ତନ କରିବାକୁ ରାଜି ନ ହେବାରୁ ତାଙ୍କ ଉପରେ ଆକ୍ରମଣ ହୋଇଛି । ଏହି ଆକ୍ରମଣ କରିଛନ୍ତି ତାଙ୍କ ଶାଶୁ ଓ ପତ୍ନୀ । ହିନ୍ଦୁରୁ ଖ୍ରିଷ୍ଟିୟାନ ହେବାକୁ ତାଙ୍କ ଶାଶୁ ଓ ସ୍ତ୍ରୀ ସବୁବେଳେ ଚାପ ପ୍ରୟୋଗ କରି ଆସୁଥିଲେ । ଗତ ରାତିରେ ଶ୍ରୀ ପଣ୍ଡା ଏଥିପାଇଁ ପୁରା ମନା କରିଦେବାରୁ ଶାଶୁ ଓ ସ୍ତ୍ରୀ ଠେଙ୍ଗାରେ ତାଙ୍କୁ ନିସ୍ତୁକ ପିଟିଥିଲେ । ତାଙ୍କୁ ହସ୍ପିଟାଲରେ ଭତ୍ତି କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version