ଝାରସୁଗୁଡ଼ା ୭/୧୨ : ସ୍ଥାନୀୟ ବନହରପାଲୀରେ ଏକ ଅଭାବନୀୟ ଘଟଣା ଘଟିଛି । ବାପ ମେସିନ୍ରେ ଧାନ ଅମଳ କରୁଥିବାବେଳେ ତା ଭିତରେ ପଶି ୪ ବର୍ଷର ପୁଅ ପ୍ରାଣ ହରାଇଛି । ଏଭଳି ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ଘଟିଛି ବନହରପାଲୀ ଥାନା ଅନ୍ତର୍ଗତ ବରଙ୍ଗାମାଲ ଗ୍ରାମରେ । ପିତା ନିଜ ବିଲରେ ଥିବା ଖଳାରେ ଧାନ ଅମଳ କରୁଥିବାବେଳେ ଅନ୍ୟମନସ୍କ ଥିଲେ । ଏତିକିବେଳେ ପିଲାଟି ମେସିନ୍ରେ ପଶି ଯାଇଥିଲା । ତାକୁ ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ନିଆଯାଇଥିଲେ ହେଁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।