ରାୟଗଡ଼ା ୧୦/୧ : ରାୟଗଡ଼ା କୋରାପୁଟ ମଧ୍ୟରେ ପୁଣି ଏକ ବଡ଼ ରେଳ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିଛି । କିଛିଦିନ ତଳେ ଏହି ରୁଟ୍ରେ ରେଳ ଧାରଣା ଦୁଇଗଡ଼ ହୋଇଯାଇଥିଲା । ତେବେ ଲୋକମାନେ ଦେଖି ଜଣାଇବାରୁ ଧାରଣା ମରାମତି ପରେ ପୁଣି ଟ୍ରେନ୍ ଚାଲିଥିଲା । ପୁଣିଥରେ ଏହି ରୁଟର ସିଙ୍ଗାପୁର ରୋଡ ଷ୍ଟେସନ ନିକଟରେ ଆଜି ରେଳ ଧାରଣାରେ ଫାଟ ସୃଷ୍ଟି ହୋଇଥିଲା । ତେବେ ତା’ ଉପର ଦେଇ କୋ÷ଣସି ଟ୍ରେନ ଯିବା ପୂର୍ବରୁ ଫାଟଟିକୁ ଚିହ୍ନଟ କରାଯିବା ଫଳରେ ପୁଣି ଏକ ବଡ଼ ଧରଣର ଦୁର୍ଘଟଣାକୁ ଏଡାଇ ଦିଆଯାଇପାରିଛି । ଏଥିଯୋଗୁ ଦୁର୍ଗ-ବିଶାଖାପାଟଣା ପାସେଞ୍ଜର ଟ୍ରେନ କିଛି ସମୟ ପାଇଁ ଅଟକି ରହିଥିଲା । ଧାରଣା ମରାମତି ପରେ ପୁଣି ସେହି ରୁଟରେ ରେଳ ଚଳାଚଳ ସ୍ୱାଭାବିକ ହୋଇଛି ।