National

‘ଧୁର୍ବାସ୍ତ୍ର’ର ସଫଳ ପରିକ୍ଷଣ

Published

on

ଡ଼ଲଫିନ ପ୍ରଧାନ

ବାଲେଶ୍ବର: ଓଡ଼ିଶାସ୍ଥିତ ଇଣ୍ଟେରିମ୍ ଟେଷ୍ଟ୍‌ ରେଞ୍ଜ୍‌ରେ ଭାରତର ‘ଧୁର୍ବାସ୍ତ୍ର’ ନାମରେ ପରିଚିତ କମାଣ-ନିରୋଧୀ ଗାଇଡେଡ୍ ମିସାଇଲ୍‌ର ଉଡ଼ାଣ ପରୀକ୍ଷା ସଫଳତାର ସହ ସମ୍ପନ୍ନ ହୋଇଛି।

ସୂଚନାଅନୁଯାୟୀ, ଜୁଲାଇ୧୫ ଓ ୧୬ ତାରିଖ ଦିନ ସମ୍ପ୍ରତି ‘ଧ୍ରୁବାସ୍ତ୍ର’ ନାମରେ ପରିଚିତ କମାଣ-ନିରୋଧୀ ଗାଇଡେଡ୍ ମିସାଇଲ୍ ‘ହେଲିକପ୍ଟର୍-ଲଞ୍ଚଡ୍ ନାଗ ମିସାଇଲ୍ର (ହେଲିନା) ପ୍ରତ୍ୟକ୍ଷ ଏବଂ ଊର୍ଦ୍ଧ୍ବ ଆକ୍ରମଣ ଶୈଳୀ ପରୀକ୍ଷା କରାଯାଇଥିଲା। କିନ୍ତୁ, ହେଲିକପ୍ଟର୍ ବିନା ଏହି ପରୀକ୍ଷା ହୋଇଥିଲା।
‘ହେଲିନା’ ହେଉଛି ତୃତୀୟ ପିଢ଼ିର  ‘ଫାୟାର୍ ଆଣ୍ଡ୍ ଫର୍ଗେଟ୍’ ଶ୍ରେଣୀୟ କମାନ-ନିରୋଧୀ ଗାଇଡେଡ୍ ମିସାଇଲ୍ ସିଷ୍ଟମ୍ ଯାହା ଆଡ୍‌ଭାନ୍‌ସଡ୍ ଲାଇଟ୍ ହେଲିକପ୍ଟର୍‌ରେ ରଖାଯାଇ ପାରିବ। ଏହା ସବୁ ପ୍ରକାର ପାଗରେ ଏବଂ  ଦିନ କିଂବା ରାତିରେ ନିକ୍ଷେପ କରିହେବ। ଏହା ପାରମ୍ପରିକ ଆଚ୍ଛାଦନ ତଥା ବିସ୍ଫୋରକ ପ୍ରତିକ୍ରିୟାଶୀଳ ଆଚ୍ଛାଦନ ଥିବା କମାଣ ଧ୍ବଂସ କରିପାରିବ।

ଗତବର୍ଷ ପୋଖରାନ୍ ଫାଇରିଙ୍ଗ୍ ରେଞ୍ଜ୍‌ରେ ଡିଆର୍‌ଡିଓ ନାଗ ମିସାଇଲ୍‌ର ତିନିଟି ସଫଳ ପରୀକ୍ଷା କରିଥିଲା।

Leave a Reply

Your email address will not be published. Required fields are marked *

Trending

Exit mobile version