କେନ୍ଦ୍ରାପଡା ୧୨/୩ : ଏକ ନକଲି ଚା’ପତି କାରଖାନା ଠାବ କରାଯାଇଛି । ଏହି କାରଖାନା ଉପରେ ସଦର ଥାନା ପୋଲିସ ଚଢାଉ କରି ବିପୁଳ ପରିମାଣରେ କଂଚାମାଲ ଜବତ କରିଛି ।
ସୂଚନାନୁସାରେ, କେନ୍ଦ୍ରାପଡା ଜିଲ୍ଲାରେ ଅନେକ ସମୟରେ ଚା’ପତି ନକଲି ଆସୁଥିବା ଅଭିଯୋଗ ହେଉଥିଲା । ଯାହା ଅବକାରୀ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିଲା । ଆଜି ଜିଲ୍ଲାର ଖୋର୍ଦ୍ଧା ସାହିରେ ବହୁ ଦିନ ଧରି ନକଲି ଚା’ପତି କାରବାର ଚାଲିଥିବା ପୋଲିସ ଜାଣିବାକୁ ପାଇଥିଲା । କେବଳ ଚା’ପତି ନୁହେଁ ନକଲି ତେଲ, ଅନ୍ୟ କମ୍ପାନୀର ନକଲି ସାମଗ୍ରୀ ମଧ୍ୟ କାରାବାର ଚାଲିଥିଲା । ଆଜି ଏହି ନକଲି ଚା ପତି କାରଖାନା ଉପରେ ସଦର ଥାନା ପୋଲିସ ଚଢାଉ କରିଛି । ଚଢାଉ କରିବା ପରେ ସେହି କାରଖାନାରୁ ବିପୁଳ ମାତ୍ରାରେ କଚାଂମାଲ ଜବତ କରାଯାଇଛି ।