ରାଜ୍ୟ

ନଦୀରେ ବୁଡ଼ିଗଲେ ୩ଯୁବକ

Published

on

ପୁରୀ ୧୬/୪ : କୁଶଭଦ୍ରା ନଦୀରେ ଗାଧୋଇବାକୁ ଯାଇ ତିନିଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ନିଖୋଜ ଯୁବକମାନଙ୍କୁ ଖୋଜିବା ଉଦ୍ୟମ ଜାରି ରହିଛି । ପୁରୀ ଜିଲ୍ଲା କୁଶଭଦ୍ରା ନଦୀର ନିମାପଡ଼ା ଧୀରପୁର ଘାଟରେ ବୁଡ଼ି ତିନିଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକମାନେ ଗାଧୋଇବାକୁ ଯାଇ କୈାଣସି କାରଣ ବସତଃ ଗୋଡ଼ ଖସିଥିବାରୁ ଏପରି ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି ସହ ଉଦ୍ଧାର କାର‌୍ୟ୍ୟ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version