ଭୁବନେଶ୍ୱର ୨୮/୧୨ : ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ବନ୍ଧୁତାର ହାତ ବଢ଼ାଇଛନ୍ତି । ଟ୍ୱିଟ୍ ମାଧ୍ୟମରେ ଶ୍ରୀ ସିଂହ ନବୀନଙ୍କ ପ୍ରଶଂସା କରି କହିଛନ୍ତି ଯେ, ସେ ହେଉଛନ୍ତି ଜଣେ ସମଭାବାପନ୍ନ ବ୍ୟକ୍ତି । ମହିଳାମାନଙ୍କ ଉତ୍ଥାନ ପାଇଁ ତାଙ୍କର ପ୍ରୟାସକୁ ଆମେ ସମର୍ଥନ ଜଣାଉଛୁ । ପୂର୍ବରୁ ମଧ୍ୟ ଏହି ପ୍ରସଙ୍ଗରେ ସମର୍ଥନ ଜଣାଇ ଶ୍ରୀ ସିଂହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଥିଲେ । ନିକଟରେ ପଞ୍ଜାବର ପ୍ରତି ପଂଚାୟତ ଓ ପୋ÷ର ପରିଷଦରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ରାଜ୍ୟ ବିଧାନସଭାରେ ଏକ ସଂକଳ୍ପ ପାରିତ ହୋଇଛି ବୋଲି ସେ ଏହି ଚିଠିରେ ଉଲ୍ଲେଖ କରିଥିଲେ ।