ରାଜ୍ୟ

ନବଜାତ ଶିଶୁର ଶବକୁ ଖାଇଲେ କୁକୁର

Published

on

ବଲାଙ୍ଗୀର ୨୬/୪ : ବଲାଙ୍ଗୀରରେ ଘଟିଛି ଏଭଳି ଘଟଣା। ବଲାଙ୍ଗୀର- ଆଟଗାଁ ରାସ୍ତାରେ ଘଟିଥିବା ଏହି ଘଟଣା ହୃଦୟ ବିଦାରକ ଘଟଣା ମାନବିକତାକୁ ଦୋହଲାଇ ଦେଇଛି। ଶିଶୁଟିର ଶବକୁ ପୁଡ଼ାପାଲି ନିକଟ ଲକ୍ଷ୍ମୀ ଯୋରରେ ଫିଙ୍ଗି ଦିଆଯାଇଥିଲା। ବୁଲା କୁକୁର ଶବକୁ ଝୁଣି ଖାଇ ରାସ୍ତା ଉପରେ ଛାଡ଼ି ଯାଇଛନ୍ତି। ଖବର ପାଇ ପୁଲନ୍ତଲା ପୁଲିସ ଆସି ଶବକୁ ଜବତ କରିଛି। ପୋଷ୍ଟମର୍ଟମ ପରେ ଶବକୁ ପୋତି ଦିଆଯାଇଛି। ବଲାଙ୍ଗୀର- ଆଟଗାଁ ରାସ୍ତାର ପୁଡ଼ାପାଲି ନିକଟରେ ଏକ ଶିଶୁର ଶବ ପଡ଼ିଥିବା କିଛି ଲୋକ ଗୁରୁବାର ଭୋର ସମୟରେ ଦେଖିଥିଲେ।
କେହି ଶିଶୁର ଶବକୁ ନିକଟସ୍ଥ ଲକ୍ଷ୍ମୀ ଯୋରରେ ଫିଙ୍ଗି ଦେଇଥିବା ବେଳେ କୁକୁର ଟାଣି ଆଣି ରାସ୍ତାରେ ଛାଡ଼ି ଯାଇଛନ୍ତି। ଶବର ବାମ ପାର୍ଶ୍ବ ଅଣ୍ଟାରୁ ତଳକୁ ନାହିଁ। କେବଳ ଡାହାଣ ଗୋଡ଼ ରହିଛି। ଫଳରେ ଶିଶୁର ଲିଙ୍ଗ ନିରୂପଣ ହୋଇ ପାରି ନାହିଁ। ଶବ ଫୁଲି ଯାଇଥିବା ସହ ନାଭିରେ ନାଡ଼ି ଲାଗି ରହିଛି। ପଥଚାରୀଙ୍କଠାରୁ ଖବର ପାଇ ପୁଡ଼ାପାଲି ଗ୍ରାମବାସୀ ଘଟଣାସ୍ଥଳକୁ ଆସି ପୁଇନ୍ତଲା ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳକୁ ଆସି ଶବ ଜବତ କରିଛି। ସୂଚନା ପାଇ ବଲାଙ୍ଗୀର ବିଇଙ୍ଗ ହ୍ୟୁମେନ ସଂଗଠନର କର୍ମକର୍ତ୍ତା ବିବେକାନନ୍ଦ ପଟେଲ ସହଯୋଗୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version