ଭୁବନେଶ୍ଵର ୨୧/୨ : ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାର ପ୍ରଭବା ରାଜ୍ୟବ୍ୟାପୀ ଦେଖିବାକୁ ମିଳିଛି । ଚାଷୀ ମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଟାୟାରା ଜାଳିବା ସହ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି । ବନ୍ଦ ଫଳରେ ଯାତାୟତରେ ମଧ୍ୟ ପ୍ରଭାବ ପଡିଛି । ବିଭିନ୍ନ ସ୍ଥାନରେ ଘରୋଇ ବସ ଚଳାଚଳ ବନ୍ଦ ରହିଛି । ସେହିପରି ଅନେକ ସ୍ଥାନରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।ଭୁବନେଶ୍ୱରର ପଟିଆ-ନନ୍ଦନକାନନ ରାସ୍ତାରୋକ ବେଳେ ୧୦ ଜଣଙ୍କୁ ଉଠାଇନେଇଛି ପୁଲିସ ସେହିପରି ଭଦ୍ରକ ୧୬ନଂ ଘଐ ଅବରୋଧ ବେଳେ ୨୦ରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀ ଅଟକ, ଜଗତସିଂହପୁର ବସ୍ଷ୍ଟାଣ୍ଡରୁ ୩୦ରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ଉଠାଇ ନେଲା ପୁଲିସ ।
ରାଜ୍ୟର ବିଭିନ୍ନ ଜିଲ୍ଲାରେ ବନ୍ଦର ପ୍ରଭାବ ପଡିଥିବା ବେଳେ ରାଜଧାନୀରେ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ସରକାର ପ୍ରୟାସ କରିଛନ୍ତି । ରାଜ୍ୟର ଅନେକ ସ୍ଥାନରୁ ଚାଷୀଙ୍କୁ ପୁଲିସ ଅଟକାଇଥିବା ବେଳେ ରାଜଧାନୀରୁ ଅନେକ ଚାଷୀଙ୍କ ସହ ନବ ନିର୍ମାଣ କୃଷକ ସଂଗଠନର ଅନେକ ନେତାଙ୍କୁ ମଧ୍ୟ ପୋଲିସ ଉଠାଇନେଇଛି । ସେହିପରି ରେଳ ଷ୍ଟେସନଠାରେ ମଧ୍ୟ ପୋଲିସ ଜଗି ରହିଛି । ରାଜଧାନୀରେ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ଥିବାବେଳେ କଟକରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।