ଭୁବନେଶ୍ୱର ୨୦/୨ : ପ୍ରାଇସ, ପେଷ୍ଟିଜ ଓ ପେନସନ ଦାବିରେ ନବନିର୍ମାଣ କୃଷକ ସଙ୍ଗଠନ ଆସନ୍ତାକାଲି ଓଡିଶା ବନ୍ଦ ଡକରା ଦେଇଛି । ମାଟ୍ରିକ ପରୀକ୍ଷା ପୂର୍ବଦିନ ଏହି ହରତାଳ ହେଉଥିବାରୁ ସମସ୍ତଙ୍କ ଚିନ୍ତା ବଢିଯାଇଛି । ଏହି ବନ୍ଦକୁ ବିରୋଧୀ କଂଗ୍ରେସ ଓ ବିଜେପି ବି ସମର୍ଥନ ଦେଇଛନ୍ତି । ଏ ନେଇ ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛି ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ପହଂଚିବାର ଥିବା ଯୋଗୁଁ କୌଣସି ଅସୁବିଧା ହେବ ନାହିଁ । ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରାଯିବ ବୋଲି ନବନିର୍ମାଣ କୃଷକ ସଙ୍ଗଠନ କହିଥିବା ବେଳେ ଆନ୍ଦୋଳନ ନକରିବାକୁ ରାଜ୍ୟ କୃଷି ମନ୍ତ୍ରୀ ଅନୁରୋଧ କରିଛନ୍ତି ।
କୃଷି ମନ୍ତ୍ରୀ କହିଛନ୍ତି କି, ଆନ୍ଦୋଳନକୁ ଓହ୍ଲାଇବା ନବନିର୍ମାଣ କୃଷକ ସଂଗଠନର ନିଜସ୍ୱ ସ୍ୱାଧିନତା । ଆମେ ତାଙ୍କୁ ଆନ୍ଦୋଳନ ନକରିବାକୁ ଅନୁରୋଧ କରୁଛୁ । କାରଣ ରାଜ୍ୟ ସରକାର କୃଷକମାନଙ୍କର ଭିର୍ତ୍ତିଭୂମିର ବିକାଶ, ଆର୍ଥିକ ବିକାଶ , ସାମଗ୍ରୀକ ବିକାଶ କରିବା ପାଇଁ କାଳିଆ ସମେତ ଅନେକ ଯୋଜନା ଆରମ୍ଭ କରିଛନ୍ତି, ଯାହାକୁ ସାରା ଭାରତବର୍ଷରେ ସ୍ୱିକୃତୀ ଏବଂ ପ୍ରଶଂସା ମିଳୁଥିବା ବେଳେ ଏବେ ଏ ଦିଗରେ ରାଜ୍ୟ ସରକାର ପ୍ରୟାସ ଜାରି ରଖିଥିବା ବେଳେ ଆମେ ଆଶା କରୁଛୁ କି ,ଯେଉଁମାନେ ବାସ୍ତବରେ କୃଷକମାନଙ୍କ ପାଇଁ ଲଢେଇ କରୁଛନ୍ତି ସେମାନେ ଏଥିରେ ସହଯୋଗ କରିବେ । କିନ୍ତୁ ବଡ ଦୁଃଖର ବିଷୟ କି, ଚାଷୀ ସଂକ୍ରାନ୍ତୀୟ ଯେଉଁ ମନ୍ତ୍ରୀମଣ୍ଡଳ ସ୍ତରୀୟ ପ୍ରାଥିମକ ବୈଠକ ହୋଇଥିଲେ ସେଥିରେ ଓଡିଶାର ସବୁ ଜିଲ୍ଲାରୁ ପୁରୁଣା ଚାଷୀ ସଂଗଠନ ମାନେ ପ୍ରତିନିଧିତ୍ୱ କରିଥିବା ବେଳେ ନବ ନିର୍ମାଣ କୃଷକ ସଂଗଠନ ଏହାକୁ ପ୍ରତ୍ୟାଖ୍ୟାନ କରିବା ନିଶ୍ଚୟ ଦୁଃଭାଗ୍ୟର ବିଷୟ ।