ନବରଙ୍ଗପୁର ୭/୪ : ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ତିନି ଦଳର ହେଭିୱେଟ ପ୍ରାର୍ଥୀ । ଆସନ୍ତା ୧୧ ତାରିଖରେ ନବରଙ୍ଗପୁରରେ ଭୋଟ ଗ୍ରହଣ ହେବାକୁ ଥିବାରୁ ଜୋର ଧରିଛି ନିର୍ବାଚନ ପ୍ରଚାର । ନବରଙ୍ଗପୁର ଲୋକସଭା ଆସନ ପାଇଁ ବିଜେଡି ସାଂସଦ ପ୍ରାର୍ଥୀ ରମେଶଚନ୍ଦ୍ର ମାଝି ହୋଇଥିବା ବେଳେ ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝି । ଏଥର ନବରଙ୍ଗରପୁରରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ନବୀନଙ୍କ ବିକାଶ ନାରା ନେଇ ରମେଶ ମାଝି ପ୍ରଚାର କରୁଛନ୍ତି ।
ସେହିପର ବିଜେପି ପ୍ରାର୍ଥୀ ବଳଭଦ୍ର ମାଝି ଯୋରସୋରରେ ପ୍ରଚାର ଚଳାଇଛନ୍ତି । ମୋଦି ହାୱାକୁ ମୁଖ୍ୟ ଅସ୍ତ୍ର କରି ସେ କ୍ୟାମ୍ପେନିଂ କରୁଛନ୍ତି । ସମର୍ଥକ ଓ ଦଳୀୟ କର୍ମୀଙ୍କୁ ଧରି ବଳଭଦ୍ର ମାଝି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ମୋଦିଙ୍କ ବିକାଶ ନୀତି ଲୋକଙ୍କ ପାଖରେ ପହଂଚାଇ ଭୋଟ ମାଗୁଛନ୍ତି ବଳଭଦ୍ର ମାଝି । ସେହିପରି ନବରଙ୍ଗପୁର ଲୋକସଭା ଆସନ ପାଇଁ କଂଗ୍ରେସ ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝି ଦଳବଦଳ ସହ ପ୍ରଚାର କରୁଛନ୍ତି । ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଭୋଟରଙ୍କୁ ନିକଟକୁ ଯାଉଛନ୍ତି ପ୍ରଦୀପ ମାଝି ।