ରାଜ୍ୟ

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି : ଗ୍ୟାସ ଓ ପେଟ୍ରୋଲ ପ୍ରକଳ୍ପରେ ସହଯୋଗ ପାଇଁ ଅନୁରୋଧ

Published

on

ଭୁବନେଶ୍ୱର ୧୩/୧୨ : ରାଜ୍ୟରେ ନିର୍ମାଣ ହେବାକୁ ଥିବା ବିଭିନ୍ନ ଗ୍ୟାସ ଓ ପେଟ୍ରୋଲିୟମ୍ ପ୍ରକଳ୍ପ କାର୍ଯ୍ୟପାଇଁ ସହଯୋଗ ମିଳୁନଥିବାରୁ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ଷୋଭ ପ୍ରକାଶ କରିଛନ୍ତି । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି କହିଛନ୍ତି ଯେ, ଓଡ଼ିଶାରେ ପ୍ରସ୍ତାବିତ ଏ ସବୁ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ସହଯୋଗ କରୁନାହାନ୍ତି । ଫଳରେ ପ୍ରକଳ୍ପ କାର୍ଯ୍ୟ ଆଗକୁ ବଢ଼ିପାରୁନାହିଁ । ପ୍ରକଳ୍ପ କାର୍ଯ୍ୟରେ ସହଯୋଗ କରିବା ଲାଗି ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେବା ସକାଶେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ସେ କହିଛନ୍ତି ଯେ, ରାଜ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଥିବା ୪ଟି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ତୁରନ୍ତ ଜାଗା ଯୋଗାଇ ଦିଅନ୍ତୁ । ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ଓଡ଼ିଶା ପେଟ୍ରୋଲିୟମ୍ ହବ୍ରେ ପରିଣତ ହୋଇପାରିବ । କେବଳ ସେତିକି ନୁହେଁ, ଯୁବପିଢ଼ୀଙ୍କ ପାଇଁ ମଧ୍ୟ ରୋଜଗାର ସୁବିଧା ମିଳିପାରିବ ବୋଲି ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version