ରାଜ୍ୟ

ନବୀନଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି : ବଟଲିଂ ପ୍ଲାଣ୍ଟ ପାଇଁ ଶୀଘ୍ର ଜମି ଦିଅନ୍ତୁ

Published

on

ଭୁବନେଶ୍ୱର ୨୯/୧୨ : ଖୋର୍ଦ୍ଧାରେ ପ୍ରସ୍ତାବିତ ଏଲପିଜି ବଟଲିଂ ପ୍ଲାଣ୍ଟ ପାଇଁ ଶୀଘ୍ର ଜମି ଯୋଗାଇ ଦେବାକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ନବୀନଙ୍କୁ ପତ୍ର ଲେଖି ସେ କହିଛନ୍ତି ଯେ, ଏହି ପ୍ଲାଣ୍ଟ ପାଇଁ ପରିବେଶ ମଞ୍ଜୁରି ମିଳିସାରିଥିବା ବେଳେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ସରିଛି । ରାଜ୍ୟବାସୀଙ୍କ ସ୍ୱାର୍ଥ ଓ ଅର୍ଥନୀତିର ସମୃଦ୍ଧି ସମ୍ଭାବନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପ୍ଲାଣ୍ଟ ପାଇଁ ତୁରନ୍ତ ଜମି ଯୋଗାଇ ଦେବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *

Trending

Exit mobile version