ଭୁବନେଶ୍ୱର ୨୭/୧୨ : ମଣିପୁର ରାଜ୍ୟପାଳ ନଜମା ହେପାତୁଲ୍ଲା ଓଡ଼ିଶା ଗସ୍ତରେ ଆସିଛନ୍ତି । ସେ ରାଜ୍ୟର କେତେକ ପର୍ଯ୍ୟଟନସ୍ଥଳୀ ବୁଲିବାର କାର୍ଯ୍ୟକ୍ରମ ରହିଛି । ଆଜି ସେ ବିମାନ ବନ୍ଦରରେ ପହଂଚିବା ପରେ ସିଧା ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୋ÷ଜନ୍ୟମୂଳକ ସାକ୍ଷାତ କରିଥିଲେ । ସେଠାରେ ସେ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ । ନବୀନ ତାଙ୍କର ଜଣେ ଭଲ ବନ୍ଧୁ ବୋଲି ନଜମା କହିଛନ୍ତି ।