ଭୁବନେଶ୍ୱର ୧୫/୧୨ : ଖୁବ୍ଶୀଘ୍ର ଓଡ଼ିଶାକୁ ତିତଲି ସହାୟତା ଦିଆଯିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି । ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜନାଥଙ୍କ ସହ ଏ ସମ୍ପର୍କରେ କଥାବାର୍ତ୍ତା କରିବା ସମୟରେ ତାଙ୍କ ପକ୍ଷରୁ ଏଭଳି ପ୍ରତିଶ୍ରୁତି ଦିଆଯାଇଛି । ପୂର୍ବରୁ ମୁଖ୍ୟମନ୍ତ୍ରୀ ତିତ୍ଲି କ୍ଷୟକ୍ଷତି ସମ୍ପର୍କରେ କେନ୍ଦ୍ରକୁ ଚିଠି ଲେଖି ୨ ହଜାର ୨୩ କୋଟି ଟଙ୍କା ମାଗିଥିଲେ । ନିକଟରେ କେନ୍ଦ୍ର ପକ୍ଷରୁ କେରଳ ଓ ଆନ୍ଧ୍ରକୁ ବାତ୍ୟା ସହାୟତା ଘୋଷଣା କରାଯାଇଥିଲେ ହେଁ, ଓଡ଼ିଶା ପାଇଁ କୋ÷ଣସି ସହାୟତା ଦିଆଯାଇନଥିଲା ।