ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ଦେଇଥିବା ତାଙ୍କ ସମ୍ପତ୍ତି ତାଲିକାରେ ୬୫ କୋଟି ଟଙ୍କାର ସମ୍ପତି ଦେଖାଇଛନ୍ତି। ହେଲେ କୌତୁହଳର ବିଷୟ ଏହିଯେ ଏହି ସମ୍ପତ୍ତି ତାଲିକାରେ ଏକ ୩୨ ବର୍ଷ ପୁରୁଣା ଅମ୍ବାସାଡାର କାର ରହିଛି। ଏବଂ ଏହି କାର ଟିର ମୂଲ୍ୟାୟନ ହୋଇଛି ୬୪୩୪ ଟଙ୍କା।
୧୯୮୦ ମଡେଲର ଏହି ଅମ୍ବାସାଡାର କାର ବିଗତ ୨୨ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ତାଲିକାରେ ଦେଖିବାକୁ ମିଳୁଛି।
ଏତେ ପୁରୁଣା ଏହି ଗାଡିକୁ ନବୀନ ପଟ୍ଟନାୟକ କାହିଁକି ଛାଡି ପାରୁନାହାଁନ୍ତି? ତାହା ଏବେ ପର୍ୟ୍ଯନ୍ତ ରହସ୍ୟମୟ ହୋଇ ରହିଛି।
ଗତ ୨୦୧୯ ନିର୍ବାଚନ ପ୍ରଚାର ସମୟରେ ନ୍ୟୁଜ୧୮ର ଦିଲ୍ଲୀ ସମ୍ବାଦିକା ରୂପଶ୍ରୀ ନନ୍ଦ ଏହି ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ନବୀନ ବାବୁ ଖାଲି ଏକ ରହସ୍ୟମୟ ହସ ହସିଥିଲେ।
ପ୍ରକୃତରେ ଏହି ଅମ୍ବାସାଡାର କାର ସହିତ ତାଙ୍କର ଯୌବନ ସମୟର କେତେକ ମୂଲ୍ୟବାନ ସ୍ମୃତି ଜଡିତ ରହିଛି। ବିଜୁବାବୁ ସେହି ସମୟରେ ତାଙ୍କର କଳିଙ୍ଗ ରଥ ୱାଗନଆର ବ୍ୟବହାର କରୁଥିଲେ। ଏବଂ ନବୀନ ବାବୁ ତାଙ୍କ ମା ଓ ଭାଇ ଭୁବନେଶ୍ୱର ଅସିଲେ ଏହି କାରରେ ବୁଲାବୁଲି କରୁଥିଲେ।
ଏହି ପୁରୁଣା-ଅଚଳ କାର ପ୍ରତି ନବୀନବାବୁଙ୍କ ମୋହ ପ୍ରକୃତ ପକ୍ଷେ ତାଙ୍କ ଚରିତ୍ରର ଏକ ମହନୀୟ ଦିଗ ସମ୍ପର୍କରେ ସୂଚନା ଦେଉଛି। ତାହା ହେଉଛି ନବୀନ ବାବୁ କାହାର ଉପକାର ଭୁଲନ୍ତି ନାହିଁ।