ଭୁବନେଶ୍ୱର: ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚାଷୀ ରାଶି ସହାୟତା କାଳିଆ ଯୋଜନାକୁ ଦେଶର ଅନ୍ୟତମ ଖ୍ୟାତନାମା ଏବଂ ବହୁଳ ପ୍ରସାରିତ ଵିତୀୟ ଦୈନିକ ଖବରକାଗଜ ବିଜନେସ ଷ୍ଟାଣ୍ଡର୍ଡ ଭୁୟସୀ ପ୍ରଶଂସା କରିଛି।
ଚାଷୀ, ଭାଗଚାଷୀ ଓ ଚାଷୀ ମୂଲିଆଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ପ୍ରସ୍ତୁତ କଳିଆ ଯୋଜନା ଭଳି ଚାଷୀ ଆର୍ଥିକ ସହାୟତା ଯୋଜନା ସମଗ୍ର ଦେଶରେ ଲାଗୁ କରାଯିବା ଆବଶ୍ୟକ ବୋଲି ବିଜନେସ ଷ୍ଟାଣ୍ଡର୍ଡର ଅକ୍ଟୋବର ୮ ତାରିଖ ଅର୍ଥାତ ଗତକାଳିର ସଂସ୍କରଣର ସମ୍ପଦକୀୟରେ ଲେଖା ଯାଇଛି।
‘ଇମ୍ପୃଭିଂ ଫାର୍ମ ସପୋର୍ଟ’ ଶୀର୍ଷକ ସମ୍ପାଦକୀୟରେ ଖବରକାଗଜର ସମ୍ପାଦକ ଲେଖିଛନ୍ତି ଯେ ଦେଶରେ ପ୍ରଚଳିତ କୃଷକ ଆର୍ଥିକ ସହାୟତା ଯୋଜନାରେ ଚାଷୀ ମୂଲିଆମନେ କୌଣସି ସହାୟତା ରାଶି ପାଉନାହାନ୍ତି। ଅନ୍ୟ ପକ୍ଷରେ ଓଡ଼ିଶାର କାଳିଆ ଯୋଜନାରେ ଚାଷୀ ମୂଲିଆମାନଙ୍କୁ ଆର୍ଥିକ ସହାୟତା ରାଶି ମିଳି ପାରୁଛି।
“It is also worth noting that agricultural schemes don’t benefit laborers”
“Odisha, for example, supports agricultural labourers, which can be studied and adopted in the rest of the country”.