ରାଜ୍ୟ

ନବୀନ ଘୋଷଣା କଲେ କାଳିଆ ଛାତ୍ରବୃତ୍ତି ଯୋଜନା

Published

on

କେନ୍ଦୁଝର ୩/୨ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ହିତାଧିକାରୀଙ୍କ ସନ୍ତାନମାନଙ୍କ ପାଇଁ ଏକ ଛାତ୍ରବୃତ୍ତି ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ହିତାଧିକାରୀଙ୍କ କୃତୀ ସନ୍ତାନମାନଙ୍କ ବୃତ୍ତିଗତ ଶିକ୍ଷା ଓ ଉଚ୍ଚଶିକ୍ଷା ବ୍ୟୟ ରାଜ୍ୟ ସରକାର ବହନ କରିବେ । କେନ୍ଦୁଝରରେ ଚାଷୀ ମହାସମାବେଶ ଓ ମିଶନଶକ୍ତି କାର୍ଯ୍ୟକ୍ରମରେ ଉଦବୋଧନ ଦେବାବେଳେ ଏହି ନୂଆ ଯୋଜନା ସମ୍ପର୍କରେ ଘୋଷଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀଙ୍କ ଭବିଷ୍ୟତ ସହ ସେମାନଙ୍କ ପିଲାଙ୍କ ଉନ୍ନତି କିଭଳି ଘଟିବ ସେଥିପାଇଁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ସେମାନଙ୍କ ପିଲା ଡାକ୍ତର, ଇଞ୍ଜିନିୟର ଓ ଓକିଲ ହୁଅନ୍ତୁ, ଏହା ସରକାରଙ୍କ ଇଚ୍ଛା ।
ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦୁଝର ପାଇଁ ୬୬ କୋଟି ଟଙ୍କାର ୧୭ଟି ପ୍ରକଳ୍ପ ଉଦଘାଟନ କରିଥିବାବେଳେ ୨୧୦୦ କୋଟି ଟଙ୍କାର ୪୭ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version