ରାଜନୀତି

ନବ ନିର୍ମାଣ କୃଷକ ସଂଗଠନ ବନ୍ଦ ଡାକରା ଆନ୍ଦୋଳନରେ ସାମିଲ ହେବ କଂଗ୍ରେସ

Published

on

ଭୁବନେଶ୍ୱର ୧୯ ।୨ : ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନ୍‌ସନ୍‌ ଦାବିରେ ଆସନ୍ତା ୨୧ରେ ନବ ନିର୍ମାଣ କୃଷକ ସଂଗଠନ ଦେଇଥିବା ବନ୍ଦ ଡାକରାକୁ ବିଭିନ୍ନ ଦଳ ସମର୍ଥନ କରୁଛନ୍ତି । ବିଜେପି ପରେ ଆଜି କଂଗ୍ରେସ ମଧ୍ୟ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି । ଏ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି ।  ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିବାକୁ ଆସୁଥିବାବେଳେ ଚାଷୀଙ୍କୁ ଅଧା ରାସ୍ତାରେ ଅଟକାଗଲା । ସେଥିପାଇଁ ଆସନ୍ତା ୨୧ରେ ନବ ନିର୍ମାଣ କୃଷକ ସଂଗଠନ ଓଡ଼ିଶା ବନ୍ଦ ଡାକରା ଦେଇଛି । ଏହାକୁ ବିଜେପି ଓ କଂଗ୍ରେସ ଉଭୟ ସମର୍ଥନ କରୁଛନ୍ତି । ଗତକାଲି ବିଜେପି ସଭାପତି ବସନ୍ତ ପଣ୍ଡା ଚାଷୀ ଆନ୍ଦୋଳନକୁ ସମର୍ଥନ କରୁଥିବା କହିଥିଲେ । ଆଜି କଂଗ୍ରେସ ମଧ୍ୟ ଆନ୍ଦୋଳନରେ ସାମିଲ ହେବ ବୋଲି କହିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version