କୋଜିକୋଡ ୯/୬ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଜନ୍ମ ସମୟରେ ଉପସ୍ଥିତ ଥିବା କେରଳ ନର୍ସଙ୍କ ଚିତ୍ର ସାମ୍ନାକୁ ଆସିଛି । ଯାହାକୁ କେରଳ କୋଜିକୋଡରେ ଭେଟିଛନ୍ତି ରାହୁଲ ଗାନ୍ଧୀ ।
ସୂଚନା ଅନୁସାରେ ରାହୁଲ ଗାନ୍ଧୀ ୧୯୭୦ ମସିହା ଜୁନ୍ ୧୭ ତାରିଖରେ ଦିଲ୍ଲୀର ହୋଲି କ୍ରସ୍ ଫ୍ୟାମିଲି ହସ୍ପିଟାଲରେ ଜନ୍ମ ହୋଇଥିଲେ । ଏହି ସମୟରେ କେରଳ ନର୍ସ, ରାଜାମ୍ମା ହସ୍ପିଟାଲରେ ଉପସ୍ଥିତ ଥିଲେ । ଏମିତିକି ନବଜାତ ରାହୁଲଙ୍କୁ କାଖେଇଥିଲେ । ରାଜାମ୍ମାଙ୍କ ପୁରା ନାଁ ରାଜମ୍ମା ୱାବଥିଲ୍, ଯାହାଙ୍କ ବର୍ତ୍ତମାନ ବୟସ ୭୦ ବର୍ଷ । ଚାକିରିରୁ ରାଜାମ୍ମା ଏବେ ଅବସର ନେଇ ସାରିଛନ୍ତି । ରାହୁଲ ଗାନ୍ଧୀ ଏବେ କେରଳ ଗସ୍ତରେ ଥିବା ବେଳେ ରାଜାମ୍ମାଙ୍କୁ ଭେଟିଛନ୍ତି । କୋଜିକୋଡରେ ଭେଟିବା ବେଳେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲେ ।
ରାହୁଲ ଗାନ୍ଧୀ ରାଜାମ୍ମାଙ୍କୁ ଖୁସିରେ କୁଣ୍ଡେଇ ପକାଇଥିଲେ । ଏହି ଭାବବିହ୍ୱଳ ମୁହୁର୍ତର ଚିତ୍ର ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଏହି ଦେଖାସାକ୍ଷତ ପରେ ରାଜାମ୍ମା ନିଜ ପ୍ରତିକ୍ରିୟାରେ କହିଛନ୍ତି- ରାହୁଲ ଜନ୍ମ ହେବା ପରେ ତାଙ୍କୁ ମୁଁ କାଖେଇଥିଲି ।