ଦେଶ ବିଦେଶ

ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ

Published

on

ନୂଆଦିଲ୍ଲୀ ୧୪/୧ : ସିବିଆଇ ନିର୍ଦ୍ଦେଶକ ପଦକୁ ନେଇ ବିବାଦ ପିଛା ଛାଡ଼ୁନି । ପୂର୍ବରୁ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମା ଇସ୍ତଫା ଦେଇଥିବାବେଳେ ତାଙ୍କ ସ୍ଥାନରେ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ରୂପେ ନିଯୁକ୍ତି ଦିଆଯାଇଥିଲା । ସେ ତାଙ୍କ କାର୍ଯ୍ୟ ଆରମ୍ଭ କରିଥିବାବେଳେ ତାଙ୍କ ନିଯୁକ୍ତିକୁ ଖ୍ୟାତନାମା ଆଇନଜୀବୀ ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତବର୍ଷ ଅକ୍ଟୋବରରେ ସିବିଆଇର ଆଭ୍ୟନ୍ତରୀଣ ବିବାଦ ପରେ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ସରକାର ଛୁଟିରେ ପଠାଇ ଦେଇଥିଲେ । ଏହାର କିଛିଦିନ ପରେ ସୁପ୍ରିମକୋର୍ଟ ସରକାରଙ୍କ ଏହି ନିଷ୍ପତ୍ତିକୁ ଅସିଦ୍ଧ ଘୋଷଣା କରିଥିଲେ । ଫଳରେ ଆଲୋକ ବର୍ମା ପୁଣିଥରେ ସିବିଆଇ ନିର୍ଦ୍ଦେଶକ ପଦକୁ ଫେରିଥିଲେ । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଚୟନ କମିଟି ତାଙ୍କୁ ବେସାମରିକ ପ୍ରତିରକ୍ଷା ବିଭାଗକୁ ବଦଳି କରିବାରୁ ଶ୍ରୀ ବର୍ମା ନିଜ ପଦବୀରୁ ଇସ୍ତଫା ଦେଇଥିଲେ ।

Leave a Reply

Your email address will not be published. Required fields are marked *

Trending

Exit mobile version