ଭୁବନେଶ୍ୱର: ବିଶିଷ୍ଟ ନାଟ୍ୟକାର ରତ୍ନାକର ଚଇନି ଆଉ ନାହାନ୍ତି । ମୃତ୍ୟୁ ବେଳକୁ ତାଙ୍କୁ 75 ବର୍ଷ ବୟସ ହୋଇଥିଲା।
ଚାଇନିଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସଙ୍ଗେ ସଙ୍ଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱର୍ଗତ ଚଇନିଙ୍କ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।
ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ରତ୍ନାକର ଚଇନି ଓଡ଼ିଆ ଉଦ୍ଭଟ ନାଟ୍ୟ ପରମ୍ପରାର ଏକ ଜଣାଶୁଣା ନାମ । ତାଙ୍କର ରଚିତ ଉଦ୍ଭଟ ନାଟକ ଅଥଚ ଚାଣକ୍ୟ ଓଡିଶା ନାଟ୍ୟ ଜଗତରେ ଆଲୋଡନ ସୃଷ୍ଟି କରିଥିଲା ।ନିରବ କୋଳାହଳ, ସୂର୍ଯ୍ୟାସ୍ତର ଉପବନ,କଥା ଲଳିତା, ଆଜିର ଗଳ୍ପ ଆଦି ତାଙ୍କର ଅନ୍ୟାନ୍ୟ ସାହିତ୍ୟ କୃତି ।