ଅପରାଧ

ନାବାଳିକାକୁ ଦୁଷ୍କର୍ମ ପରେ ତଂଟି କାଟି ହତ୍ୟା : ଦାଦା ସହ ୩ ଭାଇ ଗିରଫ

Published

on

ମଧ୍ୟପ୍ରଦେଶ ୧୯/୩ : ୧୨ ବର୍ଷର ଝିଅକୁ ଭାଇ ଏବଂ ଦାଦା ମିଶି ପ୍ରଥମେ ଗଣଦୁଷ୍କର୍ମ ପରେ ତଣ୍ଟି କାଟି ହତ୍ୟା କରିଥିବାର ଅଭିଯୋଗ ଆସିଛି । ଏହି ମାମଲାରେ ପୀଡିତାଙ୍କ ଖୁଡିଙ୍କୁ ମଧ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି । ଏକ ରିପୋର୍ଟ ମୁତାବକ, ଏହି ମାମଲା ମଧ୍ୟପ୍ରଦେଶ ସାଗର ଜିଲ୍ଲାର । ଦଳିତ ଝିଅର ଦୁଇ ଭାଇ,ଦାଦା ଏବଂ ଖୁଡିଙ୍କୁ ପୋଲିସ୍ ଗିରଫ କରିଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର୍ ଅଛି । ପୋଲିସ୍ ମୁତାବକ ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ନାବାଳିକ ।
ପୀଡିତା ଷଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ ଏବଂ ମାର୍ଚ୍ଚ ୧୩ ତାରିଖରେ ସେ ନିଖୋଜ ଥିବା କଥା ଜଣାପଡିଥିଲା । ଏହାର କିଛି ଦିନ ପରେ ବରଖେଡି ଗାଁର ଏକ ଜମିରେ ପୀଡିତାର କଟାମୁଣ୍ଡ ମିଳିଥିଲା । ପୋଲିସ୍ ପ୍ରଥମେ ଅଭିଯୁକ୍ତଙ୍କ ଧରାଇଲେ ୧୦ ହଜାର ଟଙ୍କା ଦେବା ପାଇଁ ଘୋଷଣା କରିଥିଲେ ପରେ ଏହି ରାଶିକୁ ବଢାଇ ୨୫ ହଜାର କରାଯାଇଥିଲା । ଏସପି ଅମିତ୍ ସଂଘିଙ୍କ କହିବାନୁସାରେ ଘରର ସବୁ ପୁରୁଷ ଝିଅଟିକୁ ଗଣଦୁଷ୍କର୍ମ କରିଥିଲେ । ଝିଅଟି ଯେତେବେଳେ ଏନେଇ ପୋଲିସ୍ କୁ ଜଣାଇବ କହିଥିଲା ସେତେବେଳେ ତାକୁ ମାରି ଦିଆଗଲା ।

Leave a Reply

Your email address will not be published. Required fields are marked *

Trending

Exit mobile version