ତେଲକୋଇ ୧୬/୧୨ : ଜଣେ ନାବାଳିକାଙ୍କୁ ଅପହରଣ ଓ ନିର୍ଯାତନା ଦେବା ଘଟଣାରେ ପୋଲିସ ଉତ୍ତରପ୍ରଦେଶର ଜଣେ ଡ୍ରାଇଭରକୁ ଗିରଫ କରିଛି । ନାବାଳିକାକୁ ମଧ୍ୟ ତା’ କବଳରୁ ମୁକ୍ତ କରାଯାଇଛି । ତେଲକୋଇ ଥାନା ଜନସନପୁର ଅଂଚଳରେ ଥିବା ଏକ ଜଙ୍ଗଲରେ ନାବାଳିକାଟିକୁ ଡ୍ରାଇଭର ଜଣକ ପିଟୁଥିବାଦେଖି ଲୋକମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଂଚି ଡ୍ରାଇଭରକୁ ଗିରଫ କରିବା ସଙ୍ଗେ ସଙ୍ଗେ ନାବାଳିକାକୁ ଉଦ୍ଧାର କରି ଚାଇଲ୍ଡଲାଇନକୁ ହସ୍ତାନ୍ତର କରିଛି । ଡ୍ରାଇଭର ଜଣକ ଛତିଶଗଡ଼ରୁ ଏହି ନାବାଳିକାକୁ କିଛିଦିନ ତଳେ ଅପହରଣ କରି ନେଇ ଆସିଥିଲା ଏବଂ ତାକୁ ଶାରୀରିକ ନିର୍ଯାତନା ଦେବା ସହ ଦୁଷ୍କର୍ମ ମଧ୍ୟ କରିଥିବା ଅଭିଯୋଗ ହୋଇଛି ।