ଅପରାଧ

ନାବାଳିକାକୁ ବିବାହ କରିବାକୁ ଆସିଥିବା ୟୁପି ବର ଅଟକ

Published

on

ବାରିପଦା ୩୦/୧୨ : ଉଦଳା ଅଂଚଳର ଜଣେ ନାବାଳିକାକୁ ବିବାହ କରିବାକୁ ଯାଇ ଉତ୍ତରପ୍ରଦେଶର ଜଣେ ଯୁବକ ହଟହଟା ହୋଇଛନ୍ତି । ଏହି ନାବାଳିକାଙ୍କ ବାପ-ମା’ ଆରପାରିକୁ ଚାଲିଯାଇଥିବାରୁ ସେ ଉଦଳା ଅଂଚଳରେ ରାଢ଼ୋ ଗ୍ରାମରେ ନିଜ ମାମୁଁଘରେ ରହୁଥିଲେ । ରବିବାର ଉତ୍ତର ପ୍ରଦେଶର ପ୍ରମୋଦ କୁମାର ସିଂଙ୍କ ସହିତ ତାଙ୍କର ବାହାଘର ଆରମ୍ଭ ହୋଇଥିବାବେଳେ କୋ÷ଣସି ସୂତ୍ରରୁ ଖବରପାଇ ପୋଲିସ ସେଠାରେ ଚଢ଼ାଉ କରିଥିଲା । ପୋଲିସ ବିବାହକୁ ରୋକିବା ସହିତ ବରକୁ ଅଟକ ରଖି ପଚରାଉଚରା କରୁଛି । ଝିଅଟି ସାବାଳିକା ନ ହେବା ପର୍ଯ୍ୟନ୍ତ ତା’ର ବିବାହ ନ କରିବାକୁ ପୋଲିସ ପକ୍ଷରୁ ମାମୁଁଙ୍କୁ ତାଗିଦ୍ କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version