ରାଜନୀତି

ନାମାଙ୍କନ ପତ୍ର ଭରିଲେ ଅଖିଲେଶ ଯାଦବ

Published

on

ଉତ୍ତରପ୍ରଦେଶର ୧୮/୪ : ଉତ୍ତରପ୍ରଦେଶର ଆଜମଗଡ ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ । ତେବେ ସବୁଠାରୁ ବଡ କଥା ହେଉଛି, ଅଖିଲେଶଙ୍କ ନାମାଙ୍କନ ଦାଖଲ ସମୟରେ ତାଙ୍କ ସହ ବିଏସପିର ନେତାମାନେ ଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଗତ ୨୦୧୪ ନିର୍ବାଚନରେ ଏହି ଆସନରୁ ସପା ନେତା ମୂଲାୟମ ସିଂହ ଯାଦବ ବିଜୟ ଲାଭ କରିଥିଲେ ।
ଦେଶରେ ଦ୍ୱିତୀୟ ପର‌୍ୟ୍ୟାୟ ମତଦାନ ଜାରି ରହିଥିବା ବେଳେ, ଆଜି ଅନେକ ନେତା ନାମାଙ୍କନ ମଧ୍ୟ ଦାଖଲ କରିଛନ୍ତି । ସେପଟେ ଅନେକ ସଂସଦୀୟ କ୍ଷେତ୍ରରେ ପ୍ରଚାର ମଧ୍ୟ ଜୋରଦାର ଚାଲିଛି । ଜନମତ ହାସଲ ପାଇଁ ନେତାମାନେ କସରତ କରୁଥିବା ବେଳେ, ରାଲି ଏବଂ ଶୋଭାଯାତ୍ରା ଜରିଆରେ ଶକ୍ତି ପ୍ରଦର୍ଶନ ମଧ୍ୟ କରୁଥିବାର ଦେଖିବାକୁ ମିଳୁଛି । ତେବେ ଆଜି ନାମାଙ୍କନ ଦାଖଲ ପରେ ଆଜମଗଡରେ ଏକ ଜନସଭାକୁ ସମ୍ବୋଧିତ କରିବେ ସପା ମୁଖ୍ୟ ଅଖିଲେଶ ଯାଦବ ।

Leave a Reply

Your email address will not be published. Required fields are marked *

Trending

Exit mobile version