ଅପରାଧ

ନାରୀ ବେଶରେ ଯୁବକଙ୍କ ମୃତଦେହ ଉଦ୍ଧାର

Published

on

ବାରିପଦା ୧୬/୨ : ଶନିବାର ସୋର ଥାନା ଅନ୍ତର୍ଗତ ତେଂଟଇ ବରିପଡ଼ା ଗ୍ରାମର ଉମାକାନ୍ତ ବେହେରା (୨୬)ଙ୍କ ଶବ ରହସ୍ୟଜନକ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ଶାଢ଼ୀ, ଶଙ୍ଖା ଓ ସିନ୍ଦୁର ପିନ୍ଧି ନାରୀ ବେଶରେ ଝୁଲୁଥିବାର ଦେଖିବାକୁ ମିଳିଛି । ସେ ଗତ କିଛିଦିନ ହେବ ବାଙ୍ଗାଲୋରର ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ । ଆଜି ସକାଳୁ ସେ କମ୍ପାନୀକୁ ଯାଇନଥିବାରୁ ତାଙ୍କ ସହକର୍ମୀ ତାଙ୍କୁ ଖୋଜି ତାଙ୍କ ଭଡ଼ାଘରେ ପହଂଚିଥିଲେ । ସେଠାରେ ଶାଢ଼ୀ, ଶଙ୍ଖା ଓ ସିନ୍ଧୁର ପିନ୍ଧି ନାରୀ ବେଶରେ ତାଙ୍କ ମୃତଦେହ ଦେଖିଥିଲେ । ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହା ସନ୍ଦେହରେ । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version