ଅର୍ଥନୀତି

ନାଲକୋକୁ ମିଳିଲା ଉତ୍କଳ -ଡି କୋଇଲା ଖଣିର ଲିଜ

Published

on

ଭୁବନେଶ୍ୱର:ରାଷ୍ଟ୍ରାୟତ ଆଲୁମିନିୟମ କମ୍ପାନୀ ନାଲକୋକୁ ମିଳିଲା ଉତ୍କଳ -ଡି କୋଇଲା ଖଣିର ଲିଜ ।
ଓଡିଶାର ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ କୋଶଳ, ନନ୍ଦିଚୋଡ଼, ସିମିଳିସାହି ଓ ରାଇଝରଣ ଗ୍ରାମର 301.28 ହେକ୍ଟର ଜମିରେଥିବା ଉତ୍କଳ-ଡି କୋଇଲା ବ୍ଲକର ଖଣି ଲିଜ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଗତ ଏପ୍ରିଲ 16 ତାରିଖରେ ନାଳକୋକୁ ପ୍ରଦାନ କରିଛନ୍ତି।
ନାଲକୋ ମୋଟ 101.68 ନିୟୁତ ଟନ କୋଇଲା ଗଛିତ ଥିବା ଏହି ଖଣିକୁ 2020-21 ଆର୍ଥିକ ବର୍ଷରେ କାର୍ଯ୍ୟକାରୀ କରି ବାର୍ଷିକ 2 ନିୟୁତ ଟନ କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି ।
ଉତ୍କଳ-ଡି କୋଇଲା ଖଣି କାର୍ଯ୍ୟକ୍ଷମ ହେବାପରେ ନାଲକୋ ପାଇଁ ଏକ ନୂଆ ବିକାଶର ରାସ୍ତା ଖୋଲିବ ବୋଲି ନାଲକୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀଧର ପାତ୍ର କହିଛନ୍ତି ।
କେନ୍ଦ୍ର ସରକାରଙ୍କର କମ୍ପାନୀ ଭାବେ ନାଳକକୁ ଦୁଇଟି କୋଇଲା ଖଣି ମିଳିଛି । ଉତ୍କଳ-ଡି ଖଣିର ଲିଜ ମିଳିବା ପରେ ନାଲକୋ ବର୍ତମାନ ଉତ୍କଳ -ଇ ବ୍ଲକର ଲିଜ ପାଇଁ କାର୍ଯ୍ୟ ଆରମ୍ଭ କରିଛି। ଦୁଇଟି କୋଇଲାରୁ ବାର୍ଷିକ 4 ନିୟୁତ ଟନ କୋଇଲା ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version